www.samajalive.in
Monday, December 8, 2025
27.1 C
Bhubaneswar

ତହସିଲଦାରଙ୍କ ଅଚାନକ ଚେକ ପୋଷ୍ଟ ପରିଦର୍ଶନ , କୋଭିଡ୍‍ ଡ୍ୟୁଟି ଅବହେଳା ନେଇ ୨ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଏକ ଚେକ୍‍ ପୋଷ୍ଟରେ ଅଚାନକ ଭାବେ ଦହସିଳଦାର ପରିଦର୍ଶନ କରିବାକୁ ଯାଇଥିବା ବେେଳେ ଦାୟି୍‍ତ୍ୱରେ ଥିବା ୨ କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁଁ କୋଭିଡ଼୍‍ ଦାୟିତ୍ୱ ଅବହେଳା ନେଇ ଉଭୟ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଥିବାର ଜଣାଯାଇଛି । କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଦାରିଙ୍ଗବାଡ଼ି ତହସିଲଦାର ନିତୀଶ କୁମାର ତ୍ରୀପାଠୀ ।

ସୂଚନା ପ୍ରକାରେ, ଗଂଜାମ-କନ୍ଧମାଳ ସୀମାନ୍ତରେ ଥିବା ବାଇମାଲା ଦେଇ ବହୁ ଲୋକ ବିଭିନ୍ନ ଗଳାବାଟଦେଇ ଜିଲା ଭିତରକୁ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ବାଇମାଲା ଚେକ ଗେଟ ଠାରେ ପ୍ରଶାସନ ତରଫରୁ ନାକା ପୋଷ୍ଟ କରାଯାଇଥିଲା । ପ୍ରତିଦିନ ୩ଟି ସିଫ୍ଟରେ ସକାଳ ୬ରୁ ଦିନ ୨ଟା ,ଦିନ୨ଟାରୁ ରାତି ୧୦ଟା ଏବଂ ରାତି ୧୦ରୁ ସକାଳ ୬ଯାଏଁ ଏହିଭଳି ଭାବେ ବନ ବିଭାଗ , ଅବକାରୀ ବିଭାଗ ଓ ଶିକ୍ଷକମାନଙ୍କୁ ଡ୍ୟୁଟି ପ୍ରଦାନ କରାଯାଇଛି । ତେବେ କିଛି କର୍ମଚାରୀ ମାନେ ସେମାନଙ୍କ କର୍ତବ୍ୟରେ ଅବହେଳାକରି ନିର୍ଦ୍ଧାରିତ ସମୟର ବହୁ ସମୟ ପୁର୍ବରୁ ଡ୍ୟୁଟି ଛାଡ଼ି ଘରକୁ ଚାଲିଯାଉଥିବା ନେଇ କୌଣସି ସୂତ୍ରରୁ ତହସିଲଦାର ସୂଚନା ପାଇଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ଅଚାନକ ଭାବରେ ବାଇମାଲା ଠାରେ ପହଞ୍ଚିଥିବା ବେଲେ ସେହି ସମୟରେ ୩ଜଣ ଙ୍କର ଡ୍ୟୁଟି ଥିବା ବେଳେ ମାତ୍ର ଜଣେ ଉପସ୍ଥିତ ଥିବା ବେଳେ ୨ଜଣ ଶିକ୍ଷକ ବିଶ୍ୱରଞ୍ଜନ ସାମନ୍ତରାୟ ଓ ସୁନୀଲ କୁମାର ପ୍ରଧାନ ବିନା ଅନୁମତି ରେ ଅନୁପସ୍ଥିତ ଥିବା ଶ୍ରୀ ତ୍ରୀପାଠୀ ଦେଖିବାକୁ ପାଇଥିଲେ। ୨ଜଣ ଶିକ୍ଷକ ବିନା ଅନୁମତିରେ ଡ୍ୟୁଟି ସ୍ଥାନ ଛାଡ଼ି ଚାଲିଯାଇଥିବାକାରଣରୁ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେନେଇ ସେମାନଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ବ୍ଲକରେ ଏହିଭଳି ଭାବେ ଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇ ତାଙ୍କୁ ହୋମକ୍ୱାରେଂଟାଇନରେ ରହିବାକୁ ପ୍ରଶାସନ ତରପରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ତାହାକୁ ଅମାନ୍ୟ କରି ବାହାରେ ବୁଲାବୁଲିକରିଥିବା ବେଳେ ତାଙ୍କର ରିପୋର୍ଟ ପରବର୍ତ୍ତି ସମୟରେ ପଜିଟିଭ ଆସିଥିଲା। ଯାହା ଫଳରେ ଦାରିଙ୍ଗବାଡ଼ି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଥିଲା। ସେହିଭଳି କିଛିଦିନ ତଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜଣେ କର୍ମଚାରୀ ଜିଲ୍ଲାପାଳଙ୍କ ବାରଣ ସତ୍ୱେ ବିନା ଅନୁମତିରେ ରେଡ୍‍ ଜୋନ୍‍ ରେ ଥିବା ଜିଲ୍ଲାକୁ ଯାଇ ଫେରିବା ବେଳେ ନୟାଗଡ଼-କନ୍ଧମାଳସୀମାନ୍ତ ଚେକପୋଷ୍ଟରେ ପରିଚୟ ପତ୍ର ଯାଞ୍ଚ ସମୟରେ ଧରା ପଡ଼ିବା ପରେ ଉଭୟଙ୍କୁ ଗତ ୧୫ ତାରିଖ ରାତିରୁ ୨୧ ଦିନ ପାଇଁ ଦାରିଙ୍ଗବାଡ଼ିର ଏକ ସରକାରୀ  କ୍ବାରେଣ୍ଟାଇନ କେନ୍ଦ୍ରରରେ ରଖାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories