www.samajalive.in
Saturday, December 6, 2025
17.1 C
Bhubaneswar

ପତ୍ନୀଙ୍କର ୧୪ ପ୍ରେମିକ: ପ୍ରତ୍ୟେକଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ନୋଟିସ ପଠାଇଲେ ସ୍ବାମୀ

କଲକତା: ଜଣେ ମହିଳାଙ୍କର ଏକ ସମୟରେ କେତେ ଜଣଙ୍କ ସହ ପ୍ରେମ ସମ୍ପର୍କ ହୋଇପାରେ ? ଜଣେ, ଦୁଇଜଣ, ତିନିଜଣ, ଚାରିଜଣ…। ମାତ୍ର କଲକତାର ଜଣେ ମହିଳା ତ ସବୁ ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ତାଙ୍କର ପ୍ରେମ ସାଗରରେ ଏକ ସମୟରେ ୧୪ ଜଣ ନୌକା ଭସାଉଥିଲେ । ଆଉ ତାଙ୍କ ସ୍ବାମୀ ଏ ସମ୍ପର୍କରେ ସନ୍ଦେହ କରି ନିଜ କାର୍ ଡ଼୍ରାଇଭରଙ୍କୁ ମହିଳାଙ୍କ ପ୍ରେମିକମାନଙ୍କ ସମ୍ପର୍କରେ ଅନୁସନ୍ଧାନ ପାଇଁ ଲଗାଇଥିଲେ । ପ୍ରାୟ ବର୍ଷେକାଳ ଧରି କାର ଡ଼୍ରାଇଭର ଗୁଇନ୍ଦାଗିରି କରି  ସମ୍ପୃକ୍ତ ମହିଳାଙ୍କର ୧୪ ପ୍ରେମିକଙ୍କୁ ଠାବ କରିଛନ୍ତି । ଏହାପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ତାଙ୍କ ପତ୍ନୀଙ୍କ ୧୪ ପ୍ରେମିକମାନଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନୋଟିସ ପଠାଇଛନ୍ତି ।

ମହିଳାଙ୍କ ସ୍ବାମୀ କଲକତାର ଜଣେ ବ୍ୟବସାୟୀ । ତାଙ୍କର ଅଭିଯୋଗ ହେଉଛି ଯେ ଏହି ପୁରୁଷ (ତାଙ୍କ ପତ୍ନୀଙ୍କ ପ୍ରେମିକମାନେ)ଙ୍କ ପାଇଁ ତାଙ୍କର ବୈବାହିକ ଜୀବନ ପୁରା ନଷ୍ଟ ହୋଇ ଯାଇଛି । ତାଙ୍କର ସମ୍ମାନ ମାଟିରେ ମିଶିଯାଇଛି । ସେଥିପାଇଁ ସେ ତାଙ୍କ କାର୍ ଡ଼୍ରାଇଭରକୁ ମହିଳାଙ୍କ ପ୍ରେମ ସମ୍ପର୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଗୁଇନ୍ଦାଗିରି କରିବାକୁ କହିଥିଲେ । ସେମାନଙ୍କ ପ୍ରେମ ସମ୍ପର୍କରେ ସବୁ ପ୍ରକାର ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି । ସ୍ବାମୀଜଣକ ୧୪ ଜଣଙ୍କୁ ଅଲଗା ଅଲଗା ନୋଟିସ ପଠାଇଛନ୍ତି । ଏଥିରେ ୨ ସପ୍ତାହ ସମୟ ଦିଆଯାଇଛି । ୨ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପତ୍ନୀଙ୍କ ପ୍ରେମିକମାନଙ୍କୁ ସ୍ବାମୀ ଧମକ ଦେଇଛନ୍ତି ।

- Advertisement -

ପତ୍ନୀଙ୍କ ପ୍ରେମିକମାନଙ୍କୁ ପତି ଦେଇଥିବା ନୋଟିସରେ କହିଛନ୍ତି ଯେ  – ମୋତେ ଜଣାପଡ଼ିଛି ଯେ ଆପଣମାନେ ମୋର ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଆପଣମାନେ ସମସ୍ତେ ଜାଣନ୍ତି ସେ (ପତ୍ନୀ) ବିବାହିତା ଓ ମୁଁ ତାଙ୍କର ସ୍ବାମୀ । ଆପଣମାନଙ୍କ ଅବୈଧ ସମ୍ପର୍କ ନିମନ୍ତେ ମୋର ବୈବାହିକ ଜୀବନ ନଷ୍ଟ ହୋଇ ଯାଇଛି । ମୋର ସମ୍ମାନ ନଷ୍ଟ ହୋଇଛି, ମୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି । ତେଣୁ କ୍ଷତିପୂରଣ ବାବଦରେ ୨ ସପ୍ତାହ ମଧ୍ୟରେ ୧୦୦ କୋଟି ଟଙ୍କା ନ ଦେଲେ ମୁଁ ଆଇନର ଆଶ୍ରୟ ନେବି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories