www.samajalive.in
Friday, December 5, 2025
20.1 C
Bhubaneswar

ଦେଶରେ ସ୍ବାଧୀନତା ଦିବସ ପାଳନ ନେଇ ଗାଇଡ୍‌ଲାଇନ୍ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଯାଇଛି। ରାଷ୍ଟ୍ରୀୟସ୍ତରରେ ନୂଆଦିଲ୍ଲୀର ଲାଲ୍‌କିଲ୍ଲାଠାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏଥର ନୂଆଦିଲ୍ଲୀର ଲାଲ୍‌କିଲ୍ଲାରେ ପାଳନ ହେବାକୁ ଥିବା ଜାତୀୟସ୍ତରୀୟ ସ୍ବାଧୀନତ ଦିବସ କାର୍ଯ୍ୟକ୍ରମରେ କାଣ୍ଟଛାଣ୍ଟ ହେବ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ୨୧ ତୋପ ସଲାମୀ ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ଉତ୍ସବ ଶେଷ କରାଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।
ସେହିପରି ଦେଶର ବିଭିନ୍ନ ରାଜ୍ୟଗୁଡ଼ିକ ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବ। ଜାତୀୟ ପତ୍ତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ ଗହଳି ହେବନାହିଁ। ସ୍ବାଧୀନତା ଦିବସ ପାଳନ ସମୟରେ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରହିବ ଏବଂ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବକୁ କୋଭିଡ୍‌ ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ଡକାଯିବ ବୋଲି ଗାଇଡ୍‌ଲାଇନ୍‌ରେ ସୂଚନା ଦିଆଯାଇଛି।
ସ୍ବାଧୀନତା ଦିବସ ଗାଇଡ୍‌ ଲାଇନ୍‌: ରାଜ୍ୟ ଭଳି ଜିଲା, ଉପଖଣ୍ଡ, ପଞ୍ଚାୟତସ୍ତରରେ ମଧ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ଡକାଯିବ। ଅଧିକ ଗହଳି ଏଡାଇବାକୁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଗୃହମନ୍ତ୍ରଣାଳୟ ପରାମର୍ଶ ଦେଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories