www.samajalive.in
Sunday, December 14, 2025
14.1 C
Bhubaneswar

ମାଛ ପାଇଁ ଯାଇଥିଲେ, ପାଇଲେ ଟଙ୍କା ବ୍ୟାଗ୍‌

ନନ୍ଦନକାନନ : ମାଛ ଧରିବାକୁ ଯାଇ କେନାଲରେ ଜାଲ ପକାଇଲେ। ହେଲେ ମାଛ ବଦଳରେ ପାଇଲେ ଟଙ୍କା ବ୍ୟାଗ୍‌। ଏଭଳି ଘଟଣା ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗାଁମୁଣ୍ଡ ସାଇଫନ କେନାଲରେ ଦେଖିବାକୁ ମିଳିଛି।
ଏହି ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ମାଛ ଧରାଳି ତ୍ରିଲୋଚନ ରାଉତ ସବୁଦିନ ପରି ଆଜି ପୁରୀ ମେନ୍‌ କେନାଲ ମରିଚିଆ ସାଇଫନ୍‌ ଛକକୁ ମାଛ ଧରିବା ପାଇଁ ଆସିଥିଲେ। ସେ ମାଛ ମାରୁଥିବାବେଳେ ତାଙ୍କ ଜାଲରେ ମାଛ ବଦଳରେ ଏକ ବିରାଟ ବ୍ୟାଗ୍‌ ଲାଗିଥିଲା। ତେବେ ସେ ଜାଲଟିକୁ କୂଳକୁ ଆଣି ଦେଖନ୍ତି ସେ ବ୍ୟାଗ୍‌ରେ ବିଡ଼ା ବିଡ଼ା ଅଚଳ ୫୦୦ଟଙ୍କା ଓ ୧୦୦୦ଟଙ୍କା ନୋଟ୍‌। ସଙ୍ଗେ ସଙ୍ଗେ ପାଖରେ ଥିବା ଅନ୍ୟ ମାଛ ଧରାଳି ଏହି ଟଙ୍କା ବିଡ଼ାକୁ ଦେଖି ଚାରିଆଡ଼େ ପ୍ରଚାର କରିଥିଲେ। ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା ଏହି ଟଙ୍କା ଦେଖିବା ପାଇଁ। ତେବେ ଏତେ ପରିମାଣର ଟଙ୍କା ଏତେ ବର୍ଷ ଧରି କିଏ ଲୁଚାଇ ରଖିଥିଲା ତାହା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତ ଉଦ୍ଧାର ଟଙ୍କା ୧୫ରୁ ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାର ପୂର୍ବ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିବା ପରେ ଅନେକ ସ୍ଥାନରେ ଏହି କଳା ଟଙ୍କାକୁ କିଏ ପୋତିବା, ଫୋପାଡ଼ିଦେବା ନଜରକୁ ଆସିଥିଲା। ଦୀର୍ଘଦିନ ପରେ ବାରଙ୍ଗ ଅଞ୍ଚଳରେ ଏହି କଳାଟଙ୍କା କିଏ ରଖିଥିଲା ଓ କେନାଲରୁ ଉଦ୍ଧାର ହେବା ଘଟଣାକୁ ନେଇ ଆଲୋଚନା ଚାଲିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories