www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ନାହିଁ, ଧାନକ୍ଷେତ ଫାଟି ଆଁ

ନବରଙ୍ଗପୁର : କିଛିଦିନ ହେଲା ନବରଙ୍ଗପୁର ଜିଲାରେ ବର୍ଷା ହେଉନଥିବାରୁ ଏହା ଚାଷୀଙ୍କର ମୁଣ୍ଡରେ ଚଡକ ହୋଇଛି।ଜିଲାର ପ୍ରମୂଖ ଧାନ ଚାଷ ପାଇଁ ବର୍ଷା ଅଭାବ ସମସ୍ୟା ସୃଷ୍ଟି କରିଛି। ଜିଲାରେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ଧାନ ରୂଆ କାମ ସରିଥିବାବେଳେ ଏବେ ବର୍ଷା ଅଭାବରୁ ରୂଆ ଧାନଗୁଡିକ ଶୁଖିବା ଆରମ୍ଭ କରିଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ନଥିବାରୁ ଢିପ ଜମିଗୁଡିକ ଅଧିକ ଖରାପ ହେବାକୁ ବସିଛି। ବିଶେଷକରି ରୂଆଧାନଗୁଡିକ ଶୁଖିଯାଉଥିବାରୁ ଏହା ଚାଷୀର ଚିନ୍ତାକୁ ବଢାଇଛି। ଜିଲାରେ ଲକ୍ଷାଧିକ ହେକ୍ଟରରେ ଧାନ ଚାଷ କରାଯାଉଛି। ତେବେ ଗତ ୧୫ଦିନ ହେବ ଆବଶ୍ୟକ ବର୍ଷା ହେଉନଥିବାରୁ ଏହାଦ୍ୱାରା ଧାନ ଚାଷ ନଷ୍ଟ ହେବାକୁ ଆରମ୍ଭ ହୋଇଛି। ଯଦି କିଛି ଦିନ ମଧ୍ୟରେ ବର୍ଷା ନହୁଏ ତାହାହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛିା କେତେକ ଚାଷୀ ସେମାନଙ୍କର ରୂଆଧାନ କ୍ଷେତରେ ମୋଟର ଲଗାଇ ପାଣି ଦେଉଥିବାବେଳେ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ତେବେ ପାଣି ସୁବିଧା ନଥିବାରୁ ଢିପ ଜମିରେ ରୂଆଧାନ ଶୁଖିବା ନିଶ୍ଚିତ ହୋଇପଡିଛି। ତେବେ ଖାଲ ଜମିରେ ରୂଆଧାନ ବର୍ତ୍ତମାନ ଯାଏଁ ଭଲ ରହିଥିବାବେଳେ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଅନେଇ ରହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories