www.samajalive.in
Saturday, December 6, 2025
15.1 C
Bhubaneswar

ଭେଟଖୋଲ ଘାଟିରେ ଡକାୟତି ଘଟଣା : ୨ ନାବାଳକଙ୍କ ସମେତ ୪ ଗିରଫ, ୬୮ ହଜାର ଜବତ

ଫୁଲବାଣୀ : ଫୁଲବାଣୀ ସଦର ଥାନା ପୁଲିସ ଏକ ରାଜପଥ ଡକାୟତି ମାମଲାରେ ୨ ଜଣ ନାବାଳକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସଦର ଥାନା ଅଧିକାରୀ ଆଦିତ୍ୟ ସେଠୀଙ୍କ ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତିରେ ଅନୁଗୁଳରୁ ଏକ ପିକ୍‍ଅପ ଆସୁଥିବା ବେଳେ ଏନଏଚ୍ ୧୫୭ର ଭେଟଖୋଲ ଘାଟି ଉପରେ ୪ ଜଣ ଡକାୟତ ଡ୍ରାଇଭରକୁ ଡରାଇ ଧମକାଇବା ସହ ପଥରରେ ଆକ୍ରମଣ କରି ତାଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଡ୍ରାଇଭର ଅନୁଗୁଳ ଜିଲ୍ଲା କୁମାଣ୍ଡ ଗ୍ରାମର ସନ୍ତୋଷ ସାହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‍ କେସ ନଂ ୬୫ା୨୦ରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ଅଛନ୍ତି। ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ପୁଲିସ୍‍ ଜବତ କରିଛି। ନାବାଳକ ଦ୍ୱୟଙ୍କୁ ଜୁଭେନାଇଲ ମାଜିଷ୍ଟ୍ରେଟ୍‍ଙ୍କ ନିକଟରେ ହାଜର କରାଯାଇଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଟିକାବାଲି ଥାନା ଘୋଡାଗାଁର ପ୍ରମୋଦ ଦିଗାଲ ଓରଫ ରାକେଶ ଓ ଫୁଲବାଣୀ ପେଞ୍ଜି ସାହିର ମନୋଜ ମାହକୁଡ ଓରଫ ସାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories