www.samajalive.in
Thursday, December 11, 2025
16.1 C
Bhubaneswar

ସ୍ବାମୀସ୍ତ୍ରୀଙ୍କୁ କରୋନା, ଅଟୋକୁ ଖୋଜୁଛନ୍ତି ଲୋକେ

ପାଟଣା : ସ୍ବାମୀସ୍ତ୍ରୀଙ୍କୁ କରୋନା। ସେମାନେ ଯାତ୍ରା କରିଥିବା ଅଟୋକୁ ଖୋଜୁଛି ପ୍ରଶାସନ। ୪୦ରୁ ଅଧିକ ଅଟୋକୁ ଠାବ କରାଯାଇଥିଲେ ମଧ୍ୟ କେଉଁ ଅଟୋରେ ସେମାନେ ଆସିଥିଲେ ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ସ୍ବାମୀସ୍ତ୍ରୀ ମଧ୍ୟ କେଉଁ ଅଟୋରେ ଯାତ୍ରା କରିଥିଲେ ତାହା କହି ପାରୁ ନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କାରେ ଆତଙ୍କ ଖେଳିଯାଇଛି। ଏବେ ସ୍ବାମୀସ୍ତ୍ରୀ ଯାତ୍ରା କରିଥିବା ଅଟୋକୁ ସ୍ଥାନୀୟ ଅଞ୍ଚଳବାସୀ ଖୋଜୁଛନ୍ତି।
ରବିବାର ସାହାରପଡା ବ୍ଲକ ଅନ୍ତର୍ଗତ ତେଣ୍ଡରା ସଙ୍ଗରୋଧ କେନ୍ଦ୍ରରୁ ହାଇଦ୍ରାବାଦ ଫେରନ୍ତା ପତି ପତ୍ନୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ସେମାନଙ୍କୁ ପଚାରା ଯାଇଥିବା ପ୍ରଶ୍ନରେ ସେମାନେ ଗତ ୧୩ ତାରିଖ ହାଇଦ୍ରାବାଦରୁ ପଞ୍ଚାୟତକୁ ଫେରିଥିବା କହିଛନ୍ତି । ଗତ ୧୨ତାରିଖ ରାତି ଟ୍ରେନ ଯୋଗେ ଆସି ଭୁବନେଶ୍ବରରେ ଓହ୍ଲାଇଥିଲେ। ଭୁବନେଶ୍ବରରୁ ବଡ଼ବିଲ ଯାଉଥିବା ଏକ ଘରୋଇ ବସରେ ଆସି ୧୩ ତାରିଖ ମଧ୍ୟାହ୍ନ ୧୨ଟାରେ ଢେଙ୍କିକୋଟରେ ପହଞ୍ଚିଥିଲେ। ଢେଙ୍କିକୋଟର ଏକ ଯାତ୍ରୀବାହି ଅଟୋରେ ପାଟଣା-କରଞ୍ଜିଆ ରାସ୍ତା​‌େ​‌ର ଟଭାସରୁଆ ଛକ ଯାଏଁ ଆସିଥିବା କହିଛନ୍ତି। ଏପରିକି ସେମାନଙ୍କ ସହ ଅନ୍ୟ ୩ଜଣ ଯାତ୍ରୀ ମଧ୍ୟ ଏହି ଅଟୋରେ ଆସିଥିବା ଓ ସେମାନେ ସାହାରପଡା ଆଡ଼କୁ ଯାଇଥିବା କହିଛନ୍ତି। ଏହି ଘଟଣା ଜଣାପଡିବା ପରେ ଢେଙ୍କିକୋଟ ରେ ଚଳାଚଳ କରୁଥିବା ଆଖପାଖ ଅଞ୍ଚଳର ପାଖାପାଖି ୪୦ ଟି ଅଟୋ ମଧ୍ୟରୁ କେଉଁ ଅଟୋରେ ଏହି ଦୁଇ କରୋନା ଆକ୍ରାନ୍ତ ଯାଇଥିଲେ ସେନେଇ ଢେଙ୍କିକୋଟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଢେଙ୍କିକୋଟ ଅଞ୍ଚଳର ସର୍ବସାଧାରଣଙ୍କ ସୁରକ୍ଷା ତଥା ନିଜ ପରିବାରର ସୁରକ୍ଷା ପାଇଁ ସଂପୃକ୍ତ ଅଟୋ ଚାଳକ ସାମ୍ନାକୁ ଆସିବା ଜରୁରୀ ହୋଇ ପଡିଥିବା ବେଳେ ଆଜି ସଂନ୍ଧ୍ୟା ସୁଦ୍ଧା ଏହା ସମ୍ଭବ ହୋଇ ନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଢେଙ୍କିକୋଟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories