www.samajalive.in
Monday, December 8, 2025
24.1 C
Bhubaneswar

କରୋନାରେ ଚାଲିଗଲେ ତିରୁପତି ମନ୍ଦିର ପୂର୍ବତନ ମୁଖ୍ୟ ପୂଜକ

କରୋନାରେ ତିରୁପତି ମନ୍ଦିର ଟ୍ରଷ୍ଟର ୧୪୦ ଜଣ କର୍ମଚାରୀ ସଂକ୍ରମିତ ହେବା ଘଟଣା ଚର୍ଚାରେ ଥିବାବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି । ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକ ଶ୍ରୀନିବାସ ଡ଼ିକସିଟୁଲୁ ୭୩ ବର୍ଷ ବୟସରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଆସିବା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁରେ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ସୁବ୍ବା ରେଡ଼୍ଡ଼ୀ ଶୋକ ପ୍ରକାଶ କରିଛନ୍ତି ।

ପୂର୍ବରୁ ମନ୍ଦିରର ୧୪ ଜଣ ପୂଜକ ଓ ୧୪୦ ଜର କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଗତ ଜୁନ ୧୧ ତାରିଖରୁ ମନ୍ଦିରକୁ ଭକ୍ତମାନଙ୍କର ପ୍ରବେଶ ଆରମ୍ଭ ହୋଇଥିଲା । ଏହାର ୩ ଦିନ ପରେ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଇତି ମଧ୍ୟରେ ମନ୍ଦିରକୁ ଦୈନିକ ୮/୯ ହଜାର ଭକ୍ତ ଦର୍ଶନ ନିମନ୍ତେ ଆସୁଛନ୍ତି । ଏହା ସତ୍ବେ ଟ୍ରଷ୍ଟ କର୍ତୃପକ୍ଷ ମନ୍ଦିର ବନ୍ଦ କରିବା ସପକ୍ଷରେ ନାହାନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories