www.samajalive.in
Saturday, December 6, 2025
16.1 C
Bhubaneswar

ସରକାରଙ୍କୁ ଖେଞ୍ଚିଲା ବିଜେପି: ଖର୍ଚକାଟ ମଧ୍ୟରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ହେଲିକପ୍ଟର ଗସ୍ତକୁ ନେଇ ଉଠାଇଲା ପ୍ରଶ୍ନ

ସରକାର ଖର୍ଚକାଟ କରିବାକୁ ଘୋଷଣା କରିଛନ୍ତି । ମାତ୍ର ଖର୍ଚକାଟ ମଧ୍ୟରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସାପ୍ତାହିକ ଦକ୍ଷିଣ ଓଡ଼ିଶା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳର ନେତା ବଳଭଦ୍ର ମାଝି ଏହି ଗସ୍ତକୁ ଦଳୀୟ ରାଜନୈତିକ କାର୍ଯ୍ୟରେ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ମାଝି କହିଛନ୍ତି ଯେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ୧୩ ତାରିଖରୁ ଭୁବନେଶ୍ବରରୁ ବାହାରି ଗଜପତି, ପରଦିନ ରାୟଗଡ଼ା ଜିଲାର ଗୁଣୁପୁର ଓ ବିଷମକଟକ ବିଧାନସଭା କ୍ଷେତ୍ର, ଏହାର ପରଦିନ ଉମରକୋଟ, ଝରିଗାଁ, ଡ଼ାବୁଗାଁ ଗସ୍ତ କରିଛନ୍ତି । ତାଙ୍କ ତାଙ୍କ କାର୍ଯ୍ୟସୂଚୀ ଅନୁସାରେ କେବଳ ଗଜପତି, ରାୟଗଡା ଓ ନବରଙ୍ଗପୁରଠାରେ ସରକାରୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଜିଲ୍ଲାପାଳଙ୍କ ସହିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହ ଅନ୍ୟାନ୍ୟ ଯୋଜନାର ସମୀକ୍ଷା ବିଷୟ ତାଙ୍କ ଭ୍ରମଣ କାର୍ଯ୍ୟସୂଚୀରୁ ଜଣାପଡୁଛି। ସେ କୋରାପୁଟ ଦେଇଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ରଖିନଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ୬ ଦିନର ଭ୍ରମଣ କାର୍ଯ୍ୟରେ କେବଳ ୩ ଦିନ ସରକାରୀ ସମୀକ୍ଷା ବୈଠକ ରଖାଯାଇଥିଲା। ଅନ୍ୟାନ୍ୟ ଦିନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭ୍ରମଣ କରିଛନ୍ତି । ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ରାୟଗଡ଼ା ଓ ନବରଙ୍ଗ ଜିଲାର ପର୍ଯ୍ୟବେକ୍ଷକ ଅଛନ୍ତି । ଏହି ସମୟରେ ସେ ସରକାରୀ କାର୍ଯ୍ୟ ପରିବର୍ତ୍ତେ ଦଳୀୟ ନେତାମାନଙ୍କ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି ।

- Advertisement -

ସେ କହିଛନ୍ତି ଯେ କରୋନା ଜନିତ ଅର୍ଥ ସଙ୍କଟ ଯୋଗୁଁ ସରକାର ଖର୍ଚକାଟ କରିଛନ୍ତି ଏବଂ ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତେ ଭିଡ଼ିଓ କନଫରେନ୍ସିଂ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି ।  ଜରୁରୀ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ କ୍ରମେ କୌଣସି ଅଧିକାରୀ ଯାତ୍ରା କରିପାରିବେ ବୋଲି ନିୟମ ପ୍ରଣୟନ କରିଛନ୍ତି । ଏବେ କରୋନା ଯୋଗୁଁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ସତ୍ବେ  ଏମିତି କଣ ଜରୁରୀ ଅବସ୍ଥା ଆସିଲା ଯେ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ନିହାତି ଦରକାର ପଡିଲା ? ତାଙ୍କ ଗସ୍ତ କାର୍ଯ୍ୟକ୍ରମ ତାଲା ବନ୍ଦର ବହୁତ ପୂର୍ବରୁ ଅର୍ଥାତ ୮ ତାରିଖରୁ ପ୍ରସ୍ତୁତ ହୋଇଥିଲା। ଫେରିବା ତାରିଖ ୧୮ ତାରିଖ ଧାର୍ଯ୍ୟ ହୋଇଥିଲା ।  ଯେଉଁ ଗାଡିରେ ସେ ଯାଇଥିଲେ ସେଥିରେ ଫେରିଥିଲେ ୧୦ ଘଣ୍ଟାରେ  ଭୁବନେଶ୍ୱର ପହଞ୍ଚି ଥାଆନ୍ତେ । ମାତ୍ର ତାଙ୍କୁ ଆଣିବା ପାଇଁ ଏକ ହେଲିକପଟର କାହିଁକି ପଠାଗଲା ତାହା ରାଜ୍ୟବାସୀ ଜାଣିବା ଆବଶ୍ୟକ । ଏହାଦ୍ବାରା ରାଜକୋଷରୁ ଯେଉଁ ୫/୬ ଲକ୍ଷ ଟଙ୍କା ଖର୍ଚ ହେଲା ଓ ତାଙ୍କ ଗାଡ଼ି ନବରଙ୍ଗପୁରରୁ ଖାଲି ଫେରିଲା ତାହା ସମ୍ପର୍କରେ ମଧ୍ୟ ସରକାର ଉତ୍ତର ଦେବା ଆବଶ୍ୟକ ।  ଏହି ସମୟରେ ଅନ୍ୟମାନଙ୍କୁ ଟ୍ରେନରେ ପ୍ରଥମ ଶ୍ରେଣୀ ଏସିରେ ଯିବାକୁ ମନା ଥିବାବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟର ଯାତ୍ରାକୁ କାହିଁକି ଅନୁମତି ଦିଆଗଲା ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଯୋଜନା  ବୋର୍ଡର କାମ ହେଉଛି ପ୍ରଦେଶ ପାଇଁ ଦୀର୍ଘ ମିଆଦି ଯୋଜନାର ଖସଡା ପ୍ରସ୍ତୁତ କରିବା ଯାହାକୁ ନେଇ ପ୍ରଦେଶ ଆଗକୁ ବଢିବ। ତେଣୁ କେନ୍ଦ୍ର ସରକାରଙ୍କ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ତଦାରଖ କରିବା କେତେ ଦୂର ଯତାର୍ଥ ତାହା ପ୍ରଶ୍ନବାଚୀ। ମାତ୍ର ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଭିନ୍ନ ନିର୍ବାଚନମଣ୍ଡଳୀ ଯାଇ ରେସନ କାର୍ଡ଼ ବାଣ୍ଟିବା ଦ୍ବାରା ସାମ୍ବିଧାନିକ ପଦ ମର୍ଯ୍ୟାଦା ତ କ୍ଷୁର୍ଣ୍ଣ ହେଉଛି ତାହା ସହ ଦଳୀୟ କାମ କରାଯାଉଛି ବୋଲି ଶ୍ରୀ ମାଝି କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories