www.samajalive.in
Saturday, December 6, 2025
15.1 C
Bhubaneswar

ସାବତ ମା”କୁ ତଣ୍ଟି ଚିପି ହତ୍ୟାକଲା ପୁଅ

ନବରଙ୍ଗପୁର : ନବରଙ୍ଗପୁର ଗାଦବାଗୁଡା ସ୍ୱାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ତାର ସାବତ ମା’ ରୁନୀ ମହାପାତ୍ର(୫୦)ଙ୍କୁ ସୋମବାର ସକାଳୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ସେ ପୁଲିସ ନିକଟରେ ସ୍ୱିକାର କରିଥିବାବେଳେ ପୁଲିସ ସୂର୍ଯ୍ୟକାନ୍ତକୁ ଅଟକ ରଖିଛି। ନବରଙ୍ଗପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।
ଶ୍ରୀଧର ମହାପତ୍ର ତାଙ୍କର ପ୍ରଥମ ପତ୍ନୀଙ୍କର ବିୟୋଗ ପରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ। ପ୍ରଥମ ପତ୍ନୀଙ୍କର ୨ପୁଅ ଓ ୨ ଝିଅ ରହିଛନ୍ତି। ଝିଅମାନେ ବିବାହ କରି ଅନ୍ୟତ୍ର ରହିଛନ୍ତି। ବଡ ପୁଅ ମଧ୍ୟ ବାହାରେ ଚାକିରି କରୁଛି। ପ୍ରଥମ ପତ୍ନୀଙ୍କର ସାନପୁଅ ସୂର୍ଯ୍ୟକାନ୍ତ ବାପା ଓ ସାବତ ମା’ ନିକଟରେ ରହୁଥିଲା। ଦ୍ୱିତୀୟ ପତ୍ନୀ ରୁନୀଙ୍କର ଏକ ଦିବ୍ୟାଙ୍ଗ ପୁଅ ରହିଛି। କିଛି ଦିନ ଗାଦବାଗୁଡା ସାହିରେ ଭଡାରେ ରହୁଥିଲେ। ଏକ ବର୍ଷ ହେବ ନୂଆଘର ତିଆରି କରି ସେଠାରେ ଦ୍ୱିତୀୟ ପତ୍ନୀ ସହିତ ଦିବ୍ୟାଙ୍ଗ ପୁଅ ଓ ସୂର୍ଯ୍ୟକାନ୍ତ ରହୁଥିଲେ। ଶନିବାର ଓ ରବିବାର କୋଭିଡ-୧୯ ପାଇଁ ନବରଙ୍ଗପୁର ସଟ୍‍ଡାଉନ ରହିଥିଲା। ଶ୍ରୀଧର ସୋମବାର ସକାଳୁ ଟ୍ରାଫିକ୍ ଛକ ନିକଟରେ ଥିବା ତାଙ୍କ ହୋଟେଲ ଖୋଲିଥିଲେ। ସେହି ସମୟରେ ଦିବ୍ୟାଙ୍ଗ ପୁଅ ଆଶୁତୋଷ କାନ୍ଦି କାନ୍ଦି ବାପା ଶ୍ରୀଧରଙ୍କୁ ଫୋନ କରିଥିଲା। ଭାଇ ମା”କୁ ହତ୍ୟା କରଦେଇଛି ବୋଲି କହିଥିଲା। ଏହି ସମୟରେ ସୂର୍ଯ୍ୟକାନ୍ତ ସାବତ ମା’କୁ ହତ୍ୟା କରି ଘର ମୁଖ୍ୟ ଫାଟକ ବନ୍ଦ କରିଥିବା ଘଟଣା କହିଥିଲା। ଶ୍ରୀଧର ଓ ସ୍ଥାନୀୟ ଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ତାରିକ ଅହମ୍ମଦ, ଏଏସଆଇ ଅଶୋକ ଦେଓ ପହଞ୍ଚି ସୂର୍ଯ୍ୟକାନ୍ତକୁ ଥାନାକୁ ନେବା ସହ ଘଟଣାର ତଦନ୍ତ କରୁଛନ୍ତି। ଏନେଇ ଶ୍ରୀଧର କହିଛନ୍ତି ଯେ, ସୂର୍ଯ୍ୟକାନ୍ତ ସମେତ ତାର ଅନ୍ୟ ଭାଇ ଓ ଭଉଣୀ ମିଶି ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ସୂଯୋଗ ପାଇ ସୂର୍ଯ୍ୟକାନ୍ତ ରୁନୀକୁ ହତ୍ୟା କରିଛି ବୋଲି କହିଛନ୍ତି। ତେବେ ପାରିବାରିକ କଳହ ଓ ସଂପତ୍ତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories