www.samajalive.in
Saturday, December 6, 2025
14.1 C
Bhubaneswar

ସମ୍‌ରେ କରୋନା ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ଭାରତୀୟ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଦେଶର ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯିବାକୁ ଥିବାବେଳେ ସୋମବାର ଏଥିପାଇଁ ସ୍ଵେଚ୍ଛାସେବୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ୧୨ଟି ହସ୍ପିଟାଲ ମଧ୍ୟରେ ଭୁବନେଶ୍ଵରର ସମ୍‌ ହସ୍ପିଟାଲ ରହିଛି। ଏଠାରେ ବି ସୋମବାର ପଞ୍ଜୀକରଣ ଆରମ୍ଭ ହୋଇଛି। ଯେଉଁ ସୁସ୍ଥ ବ୍ୟକ୍ତିମାନେ ନିଜ ଇଚ୍ଛାରେ ପରୀକ୍ଷଣ ପାଇଁ ଆଗେଇ ଆସିବେ ସେମାନଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ। ତେବେ ସ୍ଵେଚ୍ଛାସେବୀମାନଙ୍କ ପଞ୍ଜୀକରଣ ପରେ ସେମାନଙ୍କର କ୍ଲିନିକାଲ ରିସର୍ଚ୍ଚ କରାଯିବା। ପରେ କାଉନସେଲିଂ କରାଯାଇ ରକ୍ତନମୁନା ସଂଗ୍ରହ ହେବ। ରିପୋର୍ଟରେ ସବୁ ଠିକ୍‌ଠାକ୍‌ ଥିଲେ ତା’ ପରେ ଯାଇ ଟିକା ଦିଆଯିବ।

ଏଥିପାଇଁ ସମ୍ ହସ୍ପିଟାଲରେ ବିଧିବଦ୍ଧ ଭାବେ ପ୍ରିଭେଣ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଭ୍ୟାକସିନ୍ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଇ. ଭେଙ୍କଟ ରାଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟିକାର ପରୀକ୍ଷଣ କରୁଛନ୍ତି। ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ଏହି କାର୍ଯ୍ୟରେ ଗୁଣବତ୍ତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦିଆଯିବ। ଡ୍ରଗ୍‌ସ କଂଟ୍ରୋଲର  ଜେନେରାଲ୍ ଅଫ ଇଣ୍ଡିଆ ଏବଂ ସେଂଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାର୍ଡାଇଜେସନ କଂଟ୍ରୋଲର ଅରଗାନାଇଜେଶନ ଦ୍ୱାରା ଅନୁମୋଦିତ ଭ୍ୟାକ୍‌ସିନ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଯେଉଁ ସ୍ଵେଚ୍ଛାସେବୀ ଏହି ପରୀକ୍ଷଣରେ ନିଜକୁ ପଞ୍ଜୀକୃତ କରାଇବାକୁ ଚାହୁଁଛନ୍ତି ସେମାନେ ୮୯୧୭୨୧୧୨୧୪ ହ୍ୱାଟସ୍ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡ. ରାଓ କହିଛନ୍ତି।

- Advertisement -

ସୂଚନା ଅନୁସାରେ, ଭାରତ ବାୟୋଟେକ୍‌ କମ୍ପାନୀ ହାଇଦ୍ରାବାଦସ୍ଥିତ ଜିନୋମ୍‌ ଭ୍ୟାଲିର ଅତ୍ୟାଧୁନିକ ଲାବରେଟୋରିରେ ଏକ ନିଷ୍କ୍ରିୟ ଭୂତାଣୁ ଉପରେ ଗବେଷଣା କରିବା ପରେ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ କରିଛି।​‌ ୧୧୨୦ ଜଣଙ୍କ ଉପରେ ଏହାର ପରୀକ୍ଷଣ ହେବ। ସୋମବାରଠାରୁ ଦିଲ୍ଲୀ ଏମ୍‌ସରେ ବି ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏମ୍‌ସରେ ପ୍ରାୟ ୨୦୦ ଜଣଙ୍କୁ କୋଭାକ୍ସିନ ଟିକା ଦିଆଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories