www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଶତକ ଛୁଇଁବ କରୋନା ମୃତ୍ୟୁ

-ସଙ୍ଗରୋଧ କେନ୍ଦ୍ରରୁ ୪୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫ ସଂକ୍ରମିତ
– ଦୁଇ ମାସରେ ମୃତ୍ୟୁ ସଂଖ୍ୟା ବଢ଼ିଛି ୧୫ ଗୁଣ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବିଶେଷ ଅଧିକ ନଥିଲେ ବି ବଢ଼ି ଚାଲିଥିବା ସଂଖ୍ୟା ଚିନ୍ତା ବଢ଼ାଉଛି। ରବିବାର ସକାଳ ୯ଟା ସୁଦ୍ଧା ୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଏବେ ମୋଟ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫୧ ଜଣଙ୍କ ପ୍ରାଣ ନେଲାଣି କରୋନା। ରାଜ୍ୟର ୧୪ଟି ଜିଲାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ଥିବା ଖୋର୍ଦ୍ଧା ଜିଲାରେ ୧୩ ଜଣ ଆଖି ବୁଜିଲେଣି। ରବିବାର ସକାଳ ସୁଦ୍ଧା ୭୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୫୫ ଜଣ ସ୍ଥାନୀୟ ବ୍ୟକ୍ତି ଅଛନ୍ତି। ଅପରପକ୍ଷେ ଆଜି ୫୧୫ ଜଣ ସୁସ୍ଥ ହୋଇଛନ୍ତି।

- Advertisement -

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲାରେ ତିନି ଜଣ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣଙ୍କ ବୟସ ୬୫ରୁ ୭୦ ବର୍ଷ ମଧ୍ୟରେ ରହିଛି। ଏଯାଏଁ କଟକରେ ୮, ଗଜପତିରେ ୩, ସୁନ୍ଦରଗଡ, ପୁରୀ ଓ ଅନୁଗୋଳରେ ୨ ଲେଖାଏଁ ଏବଂ ରାୟଗଡା, ନୟାଗଡ, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ଯାଜପୁର, ଭଦ୍ରକ ଓ ବରଗଡ ଜିଲାରେ ଜଣେ କରି ରୋଗୀ ଆଖି ବୁଜିଛନ୍ତି। ଗତ ଦୁଇ ମାସରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ଗୁଣ ବଢ଼ିଥିବା ବେଳେ ମୃତକଙ୍କ ସଂଖ୍ୟା ୧୫ ଗୁଣ ବୃଦ୍ଧି ପାଇଛି। ଗତ ୧୯ ଦିନରେ ୬୬ ଜଣ ସଂକ୍ରମିତ ଆଖି ବୁଜିଛନ୍ତି।

ଆଜି ୨୫ ଜିଲାରେ ୭୩୬ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି। ଆଜି ଗଞ୍ଜାମରେ ସର୍ବାଧିକ ୨୪୭, ଖୋର୍ଦ୍ଧାରେ ୧୦୭, କୋରାପୁଟରେ ୪୫, ଜଗତ୍‍ସିଂହପୁର ଓ ଯାଜପୁରରେ ୪୦ଲେଖାଏଁ, ଗଜପତିରେ ୩୯, ବାଲେଶ୍ୱରରେ ୩୩, କଟକରେ ୨୭, ସମ୍ବଲପୁରରେ ୨୫, ଅନୁଗୋଳରେ ୨୨, ମାଲକାନଗିରିରେ ୧୮, ସୁନ୍ଦରଗଡରେ ୧୭, ପୁରୀରେ ୧୪, ମୟୂରଭଞ୍ଜରେ ୧୨, ନୟାଗଡରେ ୧୦, ରାୟଗଡାରେ ଓ ବୌଦ୍ଧରେ ୮ଲେଖାଏଁ, କେନ୍ଦ୍ରାପଡାରେ ୭, ଭଦ୍ରକରେ ୫, ବଲାଙ୍ଗୀରରେ ୪, ବରଗଡରେ ୩, କଳାହାଣ୍ଡିରେ ୨ ଏବଂ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରେ ଜଣେ କରି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ୧୧,୯୩୭ ଜଣ ରୋଗୀ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୫୩୮୧ ଆକ୍ରାନ୍ତ ବିଭିନ୍ନ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ୧୩୨୫ କ୍ଲଷ୍ଟର ସ୍ତରୀୟ ଟିଏମ୍‌ସି ପ୍ରସ୍ତୁତ ହୋଇଥିବା ବେଳେ ସେଠାରେ ୫୯,୫୫୪ ଶଯ୍ୟା ରହିଛି। ସେହିପରି ୧୩୯୯୨ ଟିଏମ୍‌ସିରେ ୬,୩୬,୦୬୯ ଶଯ୍ୟା ରହିଛି। ଅପରପକ୍ଷେ ୬୭୯୮ ଗ୍ରାମ ପଞ୍ଚାୟତରେ ୬୫୦୩ କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରାଯାଇଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories