www.samajalive.in
Friday, December 12, 2025
14.1 C
Bhubaneswar

ଚୀନକୁ ଭାରତଠାରୁ ବି ବଡ଼ ଝଟ୍‌କା ​‌ଦେବ ଜାପାନ , ସବୁ କମ୍ପାନୀକୁ ଚୀନରୁ ଫେରିଆସିବାକୁ କହିଲା

ନୂଆଦିଲ୍ଲୀ :​‌ ସମ୍ପ୍ରତି ଭାରତ ସହ ଗଲୱନ୍‌ରେ ବିବାଦ ପରେ ଏବେ ଦକ୍ଷିଣ ଚୀନ ସାଗରରେ ଚୀନକୁ ନେଇ ଉତ୍ତେଜନାତ୍ମକ ପରିସ୍ଥିିତି ସମଗ୍ର ବିଶ୍ବ ପାଇଁ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ପରିସ୍ଥିତିକୁ ନଜରରେ ରଖି ଜାପାନ ଏବେ ଚୀନ ଉପାରେ ଏହାର ନିର୍ଭର ଶୀଳତା କମ୍‌ କରିବାକୁ ଚିନ୍ତା​‌ କରୁଛି । ଦେଶର ଘରୋଇ କ୍ଷେତ୍ରରେ ଯେଭଳି ଯୋଗାଣ ବ୍ୟବସ୍ଥାରେ କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ଜାପାନ ଚୀନରେ କାର୍ଯ୍ୟରତ ଏହାର ସମସ୍ତ କମ୍ପାନୀଙ୍କୁ ସେଠାରୁ ସ୍ବଦେଶକୁ ଫେରିଆସିବାକୁ କହିଛି । ଜାପାନର ଏଭଳି ଦୃଷ୍ଟିଭଙ୍ଗୀ ଏବେ ଚୀନ୍‌ ପାଇଁ ମୁଣ୍ଡବିନ୍ଧା ବିଷୟ ହୋଇଛି । ନିକଟରେ ଭାରତ ଚାଇନାର ୫୯ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇବା ସହ ଟେଲିକମ୍‌ ଓ ରେଳବାଇ କ୍ଷେତ୍ରରେ କାର୍ଯ୍ୟରତ ଚାଇନା କମ୍ପାନୀଙ୍କ ଚୁକ୍ତି ବାତିଲ କରିଥିଲା । ଏବେ ଜାପାନର ଏଭଳି ଆଚରଣ ଚୀନକୁ ଭାରତଠାରୁ ବି ବଡ଼ ଝଟ୍‌କା ​‌​‌ଦେବ ​‌ବ‌ୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ଜାପାନ ଚୀନରେ କାର୍ଯ୍ୟ କରୁଥିବା ଏହାର ୫୭ କମ୍ପାନୀଙ୍କୁ ସେଠାରୁ ଫେରିଆସି ନିଜ ଦେଶରେ ବିନିର୍ମାଣ ଆରମ୍ଭ କରିବାକୁ କହିଛି । ଏ କ୍ଷେତ୍ରରେ ଜାପାନ ସରକାର ୫୩.୬ ​କୋଟି ଡଲାର ବ୍ୟୟ କରିବେ । ଏହାଛଡା ଭିଏତ୍‌ନାମ୍‌, ମିଆଁମାର, ଥାଇଲାଣ୍ଡ୍‌ ଏବଂ ଦକ୍ଷିଣ​କରିଆରେ ଭଳି ଦେଶରେ ରହିଥିବା ଅନ୍ୟ ୩୦ କମ୍ପାନୀକୁ ମଧ୍ୟ ଜାପାନ ସରକାର ସମାନ ଭାବେ ଦେଶକୁ ଫେରିଆସି ଉତ୍ପାଦନ ଆରମ୍ଭ କରିବାକୁ କହିଛନ୍ତି । ଏହି କମ୍ପାନୀଗୁଡିକ ମଧ୍ୟ ସରକାର ଅର୍ଥ ସହାୟତା ଦେବେ । ମୋଟାମୋଟି ଭାବେ ଜାପାନ ସରକାର ଏସବୁ ବାବଦରେ କମ୍ପାନୀଗୁଡିକ ପାଇଁ ମୋଟ ୭୦ ​କୋଟି ୟେନ୍ ଖର୍ଚ୍ଚ କରିବେ । ତାଇୱାନ୍‌ ଏବଂ ଆମେରିକା ମଧ୍ୟ ଚୀନ୍‌ରୁ ସେମାନଙ୍କ କମ୍ପାନୀଙ୍କୁ ପ୍ଲାଣ୍ଟ ଉଠାଇନେବାକୁ କହିଛନ୍ତି । ଆମେରିକା ପୂର୍ବରୁ ଏହାର କମ୍ପାନୀଗୁଡିକୁ ଏ ନେଇ ନିର୍ଦେଶ ଦେଇସାରିଛି । ଆମେରିକୀୟ କମ୍ପାନୀ ଆପ୍‌ଲ ଏହାର ଚୀନ୍‌ରେ ଥିବା ପ୍ଲାଣ୍ଟକୁ ଭାରତ ଉଠାଇ ନେବାକୁ ନିଷ୍ପତ୍ତିି ​‌‌ନେଇସାରି

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories