www.samajalive.in
Tuesday, December 9, 2025
26.1 C
Bhubaneswar

ନୀଳଗିରରେ ଜଙ୍ଗଲି ଛତୁ ଖାଇ ୬ଗୁରୁତର!

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳ କୁହାଯାଉଥିବା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଅଧୀନ ଶିର୍ଷାସାହି ଗାଁରେ ବିଷାକ୍ତ ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଜାନୁ ହେମ୍ବ୍ରମ (୪୫), ଗୋଲାପୀ ହେମ୍ବ୍ରମ(୧୩), ଯମୁନା (୨), ରାମ (୧୦), ମୋହନ (୭) ଓ ହୀରାମଣି ହେମ୍ବ୍ରମ (୧୬)। ରବିବାର ଉକ୍ତ ଗାଁର ଜାନୁ ହେମ୍ବ୍ରମ ନିକଟସ୍ଥ ଜଙ୍ଗଲକୁ ଯାଇ ପୁଣ୍ଡୁକି ଓ ଟିକିରା ନାମକ ଜଙ୍ଗଲି ଛତୁ ସଂଗ୍ରହ କରି ଘରକୁ ଆଣିଥିଲେ। ରୋଷେଇ ପରେ ଏହାକୁ ପରିବାର ଲୋକଙ୍କ ମଧ୍ୟରେ ପରସା ଯାଇଥିଲା। ଏହି ଛତୁ ଖାଇ ପରିବାର ଲୋକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ୧୦୮ଆମ୍ବୁଲାନ୍ସରେ ମୟୂରଭଞ୍ଜ ଜିଲାର ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଯେ, ଉକ୍ତ ଗାଁଟି ବାଲେଶ୍ୱର ଓ ମୟୁରଭଞ୍ଜର ସୀମାନ୍ତ ଅଞ୍ଚଳରେ ହୋଇଥିବା ଯୋଗୁ ନୀଳଗିରି ମେଡିକାଲଠାରୁ ଉଦଳା ମେଡିକାଲ ପାଖ ହେଉଥିବା ଯୋଗୁ ସେଠାରେ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଇଥିଲା।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories