www.samajalive.in
Tuesday, December 9, 2025
26.1 C
Bhubaneswar

ଅଗ୍ନିଶମ ଯୋଦ୍ଧାଙ୍କ ବଦାନ୍ୟ, ପ୍ରଥମ ପର୍ଯ୍ୟାୟରେ ୧୦ ଆଗ୍ନିକ ଦେବେ ପ୍ଲାଜମା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କରୋନା ଲଢ଼େଇରେ ଅଗ୍ନିଶମ ବିଭାଗର ଯୋଗଦାନ ଏବେ ପ୍ରଶଂସାର ପାତ୍ର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ଅଗ୍ନିଶମ ବିଭାଗର ୧୦ ଯୋଦ୍ଧା ପ୍ଲାଜମା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡ. ସତ୍ୟଜିତ ମହାନ୍ତି ଏସମ୍ପର୍କରେ ଟୁଇଟ୍‍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଅଗ୍ନିଶମ ବିଭାଗ କରୋନା ଯୋଦ୍ଧା ପ୍ଲାଜ୍‍ମା ପ୍ରଦାନ କରିବାକୁ ଆଗ୍ର୍ରହ ଦେଖାଇଥିବା ମହାନିର୍ଦ୍ଦେଶକ ଡ.ମହାନ୍ତି କହିଛନ୍ତି।

- Advertisement -

ଗତ ଅମ୍ଫାନ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗକୁ ବାତ୍ୟା ପରବର୍ତ୍ତୀ ସହାୟତା ଲାଗି ୩୫୦ରୁ ଅଧିକ ଯୋଦ୍ଧା ଯାଇଥିଲେ। ପଶ୍ଚିମବଙ୍ଗରୁ ସେମାନେ ଫେରିବା ପରେ ସଂକ୍ରମିତ ଆଶଂକା କରି ସମସ୍ତଙ୍କୁ ସଂଗରୋଧରେ ରଖାଯାଇଥିଲା। ତେବେ ସେମାନଙ୍କ ମଧ୍ରରୁ ୧୯୦ ଜଣଙ୍କର କରୋନା ପଜିଟିଭ୍‍ ଆସିଥିଲା। ସେମାନେ ସମସ୍ତେ ସୁସ୍ଥ ହେବା ପରେ ଏବେ କାର୍ଯ୍ୟରେ ଯୋଗ ଦେଇସାରିଲାଣି। ରାଜ୍ୟରେ କରୋନାରେ ସଂକ୍ରମିତ ହୋଇଥିବା ଜଟିଳ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାର ପ୍ଲାଜ୍‍ମା ଥେରାପିକୁୂ ଆପଣାଇବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। କଟକ ବଡ଼ ମେଡିକାଲ୍‍ରେ ପ୍ଲାଜ୍‍ମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଛନ୍ତି। ଆମକୁ ସୁରକ୍ଷା ଦେବା ପାଇଁ ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଆଗ୍ନିଶମ କର୍ମଚାରୀମାନେ ବିପଦକୁ ଭୃକ୍ଷେପ ନ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗ ଯାଇଥିଲେ। ଏବେ ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ପ୍ଲାଜମା ଦେବାକୁ ଆଗେଇ ଆସିବା ଏହାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ମହାନିର୍ଦ୍ଦେଶକ ଡ. ମହାନ୍ତି ବେଶ୍‍ ପ୍ରଶଂସା କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories