www.samajalive.in
Friday, December 5, 2025
17.1 C
Bhubaneswar

ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା : ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଜମ୍ମୁ କଶ୍ମୀର : ଜମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି।


କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ପୁଲିସ, ସେନା ଓ ସିଆରପିଏଫ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଯାହାର ଜବାବରେ ସୁରକ୍ଷା ବାହିନୀ କରିଥିବା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories