www.samajalive.in
Friday, December 5, 2025
27.1 C
Bhubaneswar

ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ

ପୂଜାର୍ଚ୍ଚନା ଓ ଧାର୍ମିକ ଅନୁଷ୍ଠାନରେ ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଭଗବାନଙ୍କୁ ଭକ୍ତି, ଫୁଲ, ମନ୍ତ୍ରର ଜପ ବିଶେଷ ପ୍ରିୟ ଅଟେ। ମାନ୍ୟତା ଅନୁଯାୟୀ, ଦେବାଦେବୀଙ୍କୁ ନିର୍ଦ୍ଦିଷ୍ଟ କେତେକ ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରିବା ସହ ସର୍ବଦା ନିଜର କୃପା ରଖିଥାଆନ୍ତି। ଜାଣନ୍ତୁ କେଉଁ ଭଗବାନଙ୍କୁ କେଉଁ ଫୁଲ ଅତ୍ୟନ୍ତ ପ୍ରିୟ…..
ପ୍ରଭୁ ମହେଶ୍ୱରଙ୍କୁ ଦୁଦୁରା, କନିଅର, ଟଗର, ଚମ୍ପା ଆଦି ଫୁଲ ଖୁବ ପ୍ରିୟ।
ଭଗବାନ ବିଷ୍ଣୁଙ୍କୁ ପଦ୍ମ, କଦମ୍ବ, ମଲ୍ଲୀ, ଚମ୍ପା ଫୁଲ ଖୁବ ପ୍ରିୟ।
ପ୍ରଭୁ ବିଘ୍ନହର୍ତ୍ତାଙ୍କୁ ଲାଲ ରଙ୍ଗର ଫୁଲ, ମନ୍ଦାର, ଦୁବ ଅର୍ପଣ କରିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଭଗବାନ ସୂର୍ୟ୍ୟଦେବଙ୍କୁ ମନ୍ଦାର ଓ ଜଳ ଅତ୍ୟନ୍ତ ପ୍ରିୟ।
ପ୍ରଭୁ ହନୁମାନଙ୍କୁ ଲାଲ ରଙ୍ଗର ଫୁଲ, ଗେଣ୍ଡୁ ଖୁବ ପ୍ରିୟ। ବିଶେଷ କରି ଲାଲ ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କ ମନସ୍କାମନା ପୂରଣ କରିଥାଆନ୍ତି।
ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତୁଳସୀ, ଚମ୍ପା, ମାଳତୀ ଫୁଲ ଅତ୍ୟନ୍ତ ପ୍ରିୟ।
ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଖୁବ ପ୍ରିୟ। ଏତଦ୍‍ ବ୍ୟତୀତ ହଳଦିଆ ଫୁଲ, ଲାଲ ଗୋଲାପ ଅର୍ପଣ କଲେ ମା’ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଶନିଦେବଙ୍କୁ ନୀଳ ଅପରାଜିତା ଫୁଲ ଖୁବ ପ୍ରିୟ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories