www.samajalive.in
Friday, December 5, 2025
23.1 C
Bhubaneswar

ଆଇପିଏଲ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଆୟୋଜନ ନେଇ ନାନା ମତ ପ୍ରକାଶ ପାଉଛି। ଯଦି ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହେ ତେବେ ସେହି ସମୟରେ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ଯୋଜନା ରଖିଛି। ତେବେ ଭାରତରେ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଭାରତରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନ ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବାର ଆଶା ରହିଛି। ଏପରି ପରିସ୍ଥିତିରେ ଆଇପିଏଲ୍‌ ଆୟୋଜନ ପାଇଁ ୟୁଏଇ କ୍ରିକେଟ୍‌ ଆସୋସିଏସନ୍‌ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଦୁବାଇ ସ୍ପୋର୍ଟସ୍‌ ସିଟି କ୍ରିକେଟ୍‌ ବିଭାଗ ମୁଖ୍ୟ ସଲମାନ ହନିଫ୍‌ କହିଛନ୍ତି ଆଇପିଏଲ୍‌ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ ଏବଂ ଆଇସିସି ଏକାଡେମୀରେ ଆୟୋଜନ ପାଇଁ ପ୍ରସ୍ତୁତ ରହିଛି। କମ୍‌ ସମୟ ମଧ୍ୟରେ ଅଧିକ ମ୍ୟାଚ୍‌ ଖେଳାଯିବା ପାଇଁ ଏହି ଷ୍ଟାଡ଼ିୟମରେ ସୁବିଧା ରହିଛି। ସେହିପରି ଆଇପିଏଲ୍‌ରେ ଖେଳିବା ପାଇଁ ଆସିବାକୁ ଥିବା କ୍ରିକେଟର୍‌, ବିଭିନ୍ନ ଦଳର ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କ ରହିବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। କ୍ରିକେଟର୍‌ଙ୍କ ଅଭ୍ୟାସ ନିମନ୍ତେ ଆଇସିସି ଏକାଡେମୀରେ ସୁବିଧା ରହିଛି। ତେଣୁ ଏଠାରେ ଆଇପିଏଲ୍ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ।

- Advertisement -

ସୂୂଚନାଥାଉକି ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହିବା ନେଇ ଘୋଷଣା ହୋଇପାରେ। ସେହିପରି କିଛିଦିନ ତଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନକୁ ବିସିସିଆଇ ପ୍ରାଥମିକତା ଦେଉଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories