www.samajalive.in
Friday, December 5, 2025
23.1 C
Bhubaneswar

ଦେଶରେ ଅନିୟନ୍ତ୍ରିତ କରୋନା ସ୍ଥିତି : ୨୪ ଘଣ୍ଟାରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ, ୬୭୧ ମୃତ 

ନୂଆଦିଲ୍ଲୀ : ଦେଶରେ ନିୟନ୍ତ୍ରଣକୁ ଆସୁନି କରୋନାର ସ୍ଥିତି। ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ଟପି ସାରିଛି। ଶୁକ୍ରବାର ଗୋଟିଏ ଦିନରେ ୩୪,୯୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାର ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି। ଅନ୍ୟପଟେ ଶନିବାର ଆଉ ୬୭୧ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬,୨୭୩ ରେ ପହଞ୍ଚିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬ ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥତା ହାର ୬୩.୩୪କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ୩ ଲକ୍ଷ ୫୮ହଜାର ୬୯୨ ସଂକ୍ରମିତ ଚିିକିତ୍ସାଧୀନ ଅଛନ୍ତି।

ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୨,୯୨,୫୮୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧,୪୫୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୧,୬୦,୯୦୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨,୩୧୫ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧,୨୦,୧୦୭ ସଂକ୍ରମିତ ଓ ୩,୫୭୧ଙ୍କର ମୃତ୍ୟୁ ହୋଇଛି। କରୋନାକୁ ନିୟନ୍ତ୍ରଣ ପାଇଁ ସ୍ବାବ୍‌ ନମୁନା ପରୀକ୍ଷାକୁ ବୃଦ୍ଧି କରାଯାଉଛି।

- Advertisement -

ଏହି କ୍ରମରେ ଦେଶରେ ଗୋଟିଏ ଦିନରେ ୩, ୩୩,୨୨୮ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର କହିଛି। ସେହିପରି ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ୧,୪୧,୯୪,୧୪୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫,୯୯,୪୧୬ରେ ପହଞ୍ଚିଛି। ବିଶ୍ବରେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୭,୭୦,୩୨୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧,୪୨,୦୬୪ରେ ପହଞ୍ଚିଛି। ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୦,୪୮,୬୮୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭୭,୯୯୩ରେ ପହଞ୍ଚିଛି। ଭାରତ ବିଶ୍ବ ସଂକ୍ରମଣରେ ତୃତୀୟ ସ୍ଥାନରେ ରହିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories