www.samajalive.in
Friday, December 5, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ ସେନାଧ୍ୟକ୍ଷ ଏମ. ଏମ. ନରୱଣେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ରାଜନାଥ ଲଦାଖ ଗସ୍ତରେ ଯାଇ ଲେହରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ  ସମୟରେ ସେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଲେହରେ ରାଜନାଥ ଯବାନମାନଙ୍କ ସହିତ ମିଶି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ଚୀନକୁ ଚେତାବନୀ ମଧ୍ୟ ଦେଇଥିଲେ ରାଜନାଥ। ଭାରତର ସ୍ବାଭିମାନକୁ କେହି ଆଘାତ ପହଞ୍ଚାଇଥିଲେ ତାହାର ମୁହଁତୋଡ୍‌ ଜବାବ ଦିଆଯିବ ବୋଲି ସେ ଚୀନ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ। ଭାରତର ଗୋଟିଏ ଇଞ୍ଚ ଜାଗା ବି କେହି ଛୁଇଁ ପାରିବେନି ବୋଲି ରାଜନାଥ କହିଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories