www.samajalive.in
Saturday, December 6, 2025
14.1 C
Bhubaneswar

ଲେହରୁ ଚୀନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ଜାମ୍ମୁ: ଭାରତ କୌଣସି ରାଷ୍ଟ୍ରର ସ୍ବାଭିମାନ ପ୍ରତି ଆଘାତ ଦେଇନାହିଁ। ଆଉ ଭାରତର ସ୍ବାଭିମାନକୁ ଯଦି କେହି ଆଘାତ ପହଞ୍ଚାଏ, ତେବେ ତା’କୁ ଛଡ଼ାଯିବ ନାହିଁ, ତାହାର ମୁହଁତୋଡ୍‌ ଜବାବ ଦିଆଯିବ। ଲଦାଖ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲେହରୁ ଚୀନ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି।

ରାଜନାଥ ଲେହରେ ପହଞ୍ଚିବା ପରେ ଯବାନମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ମନୋବଳ ବଢ଼ାଇଥିଲେ। ରାଜନାଥ କହିଥିଲେ, ଗଲୱାନ ଘାଟିରେ ଯବାମାନେ ଦେଶବାସୀଙ୍କ ସମ୍ମାନର ସୁରକ୍ଷା କରିଛନ୍ତି। ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଆମ ପାଇଁ ଜାତୀୟ ସ୍ବାଭିମାନ ସବୁଠୁ ଊର୍ଦ୍ଧ୍ଵରେ। ଏଥିପାଇଁ କାହା ସହିତ ବୁଝାମଣା କରାଯାଇ ପାରିବ ନାହିଁ। ଯବାନମାନଙ୍କ ଉପରେ ମୋର ଏବଂ ଦେଶର ପୂର୍ଣ୍ଣ ଭରସା ରହିଛି। ଏଲଏସିରେ ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଭାରତର ଗୋଟିଏ ଇଞ୍ଚ ଜାଗାକୁ ଦୁନିଆର କୌଣସି ଶକ୍ତି ଛୁଇଁପାରିବ ନାହିଁ। ଭାରତ କେବେ କାହାର ଜାଗାକୁ କବ୍‌ଜା କରିନାହିଁ। ଆମେ ଅଶାନ୍ତ ନୁହେଁ, ଶାନ୍ତି ଚାହୁଁଛୁ ବୋଲି ରାଜନାଥ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories