www.samajalive.in
Sunday, December 14, 2025
26.1 C
Bhubaneswar

୨୦୨୦-୨୧ ଖରିଫ ଧାନ ସଂଗ୍ରହ, ଚାଷୀଙ୍କ ନାମ ପଞ୍ଜୀକରଣ ଅଗଷ୍ଟ ୧ରୁ

ଭୁବନେଶ୍ୱର: ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୦-୨୧ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକି୍ରୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯିବ। ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଏଥିସହିତ ଚାଷୀମାନଙ୍କର ଏକ ନିର୍ଭୁଲ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯିବା ପରିପ୍ରେକ୍ଷୀରେ ବିଭାଗୀୟ ସଚିବ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରାଯିବ। ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ତାରିଖ ମଧ୍ୟରେ ଚାଷୀମାନଙ୍କ ନିକଟରୁ ଆବେଦନପତ୍ର ଗ୍ରହଣ କରାଯିବ। ଇଚ୍ଛୁକ ଚାଷୀମାନେ ନିର୍ଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମସ୍ତ ତଥ୍ୟ ସହ ନିକଟସ୍ଥ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍‌ସ/ ଲ୍ୟାମ୍ପସ୍‌/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ ପାଣି ପଞ୍ଚାୟତରେ ଦାଖଲ କରିପାରିବେ। ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଏବଂ ନୂତନ ନାମ ପଞ୍ଜିକରଣ ଫର୍ମ ଚାଷୀମାନଙ୍କ ନିମନ୍ତେ ପ୍ୟାକ୍‌ସ/ଲ୍ୟାମ୍ପସ୍‌ ଆଦିରେ ଉପଲବ୍ଧ ହେବ।
ଯେଉଁମାନେ ଗତବର୍ଷ ଖରିଫ ଧାନ ବିକି୍ର ନିମନ୍ତେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ କେବଳ ନାମ ନବୀକରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନକରିବାକୁ ପଡ଼ିବ। ନବୀକରଣ ସମୟରେ ଜମି ବାବଦ ତଥ୍ୟାବଳୀରେ ସଂଯୋଗ ବା ବିଯୋଗ ପାଇଁ ମଧ୍ୟ ସୁଯୋଗ ଦିଆଯିବ। ନୂତନ ଭାବେ ନାମ ପଞ୍ଜିକରଣ କରୁଥିବା ଚାଷୀମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହିତ ଏଥିରେ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ନମ୍ବର, ମୋବାଇଲ ନମ୍ବର ଆଦି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡ଼ିବ। ଭାଗଚାଷୀଙ୍କ ଦ୍ୱାରା ଧାନ ବିକି୍ର ନିମନ୍ତେ ଜମି ମାଲିକଙ୍କ ସମ୍ମତି ପତ୍ର ଆବଶ୍ୟକ ହେବ।
ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ସମସ୍ତ ଆବେଦନପତ୍ର ଗ୍ରହଣ କରାଯିବ । ଗ୍ରହଣ ହୋଇଥିବା ଆବେଦନ ପତ୍ରଗୁଡ଼ିକ ଅଗଷ୍ଟ ୧ରୁ ସେପେଫମ୍ବର ୫ ତାରିଖ ମଧ୍ୟରେ ଡିଜିଟାଇଜେସନ କରାଯିବ। ଅଗଷ୍ଟ ୫ ତାରିଖରୁ ସେପେଫମ୍ବର ୧୫ ତାରିଖ ମଧ୍ୟରେ ସମସ୍ତ ଆବେଦନପତ୍ର ଯାଞ୍ଚ କରାଯିବ। ପଞ୍ଜୀକୃତ ଚାଷୀମାନଙ୍କର ନାମ ଏବଂ ସେମାନଙ୍କର ଚାଷଜମି ବାବଦ ତଥ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୋସାଇଟି କାର୍ଯ୍ୟାଳୟ, ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶନ କରାଯବ। ତାଲିକାରେ ଯେଉଁ ଚାଷୀମାନଙ୍କର ଆପତ୍ତି ଅଭିଯୋଗ ଥିବ, ସେମାନେ ଅଗଷ୍ଟ ୧୦ ତାରିଖରୁ ସେପେଫମ୍ବର ୧୭ ତାରିଖ ମଧ୍ୟରେ ସଂପୃକ୍ତ ସମିତି କାର୍ଯ୍ୟାଳୟ, ସୁଲଭ ମୂଲ୍ୟ ଦୋକାନ କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଦାଖଲ କରି ପାରିବେ। ସେପେଫମ୍ବର ୨୫ରୁ ଅକେଫାବର ୧୫ ତାରିଖ ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସହ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ ଧାନ ସଂଗ୍ରହ ବର୍ଷ ୨୦୨୦-୨୧ ପାଇଁ ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଏହା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସଂପୃକ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ସିଏସ୍‌ଓ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ ପ୍ରମୁଖ ପଞ୍ଜୀକରଣ କାର୍ଯ୍ୟ ପରିଚାଳନା କରାଯିବ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories