www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାମୀଙ୍କୁ ଖୋଜି ଦେବାକୁ ସ୍ତ୍ରୀର ଆକୁଳ ନିବେଦନ, ୧୯ ଦିନ ହେଲାଣି ମୋବାଇଲ ସୁଇଚ୍‌ ଅଫ୍

ସୋର: ୧୯ ଦିନ ବିତିଲା ସ୍ୱାମୀଙ୍କ ମୋବାଇଲ ସୁଇଚ୍‌ ଅଫ୍‌। ଏହି ଘଟଣା ପରେ ସ୍ବାମୀଙ୍କ ଖୋଜ୍‌ଖବର ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନିବେଦନ କରିବା ସହିତ ବାଲେଶ୍ବର ଜିଲା ପୁଲିସକୁ ମଧ୍ୟ ସଂପୃକ୍ତ ନିଖୋଜଙ୍କ ସ୍ତ୍ରୀ ନିବେଦନ କରିଛନ୍ତି। ସୋର ଗୋପୀନାଥପୁର ଗ୍ରାମର ପ୍ରଦୀପ ମୁଦୁଲି ମୁମ୍ବଇର ୱାଲ୍‌ଭିରେ ଶ୍ରମିକ ଭାବେ ଟ୍ରର୍ମିନାଲ ଟେକ୍ନୋଲୋଜି ପ୍ରାଇଭେଟ କମ୍ପାନୀରେ କାର୍ୟ୍ୟ କରୁଥିଲେ। ସେ ଗତ ୨୦ ବର୍ଷ ଧରି ମୁମ୍ବଇରେ ରହିଆସୁଛନ୍ତି। ଗତ ଜୁନ ୨୬ ତାରିଖରେ ଶେଷ ଥର ପାଇଁ ଗୋପୀନାଥପୁରରେ ରହୁଥିବା ସ୍ତ୍ରୀ ରଶ୍ମିତାଙ୍କ ସହିତ କଥା ହୋଇଥିଲେ। ସେହିଦିନରୁ ପ୍ରଦୀପଙ୍କ ମୋବାଇଲ ସୁଇଚ ଅଫ୍‌ ରହିଛି।

ମୁମ୍ବଇରେ ଥିବା ପ୍ରଦୀପଙ୍କ ସାଙ୍ଗମାନଙ୍କୁ ପଚାରିବାରୁ ଗତ ଜୁନ ୨୬ ତାରିଖରେ ତାଙ୍କ ଭଡ଼ା ଘରୁ ସକାଳେ ବାହାରକୁ ଗଲାବେଳେ ଫେରିବା ଡେରି ହେବ ବୋଲି କହିଥିଲେ। ମାତ୍ର ସେବେଠାରୁ ତାଙ୍କର କୌଣସି ଖୋଜ୍‌ଖବର ମିଳୁ ନ ଥିବା ଜଣାପଡିଛି। କୋଭିଡ-୧୯ ସମୟରେ ମୁମ୍ବଇ ଯିବା ସମ୍ଭବ ହେଉ ନ ଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ତ୍ରୀ ରଶ୍ମିତା ପତ୍ର ଲେଖି ସ୍ୱାମୀଙ୍କୁ ଖୋଜିବା ପାଇଁ ନିବେଦନ କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories