www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ କଟକଣା ଉଲ୍ଲଂଘନ, ଘରୋଇ ଚିକିତ୍ସାନୁଷ୍ଠାନ ସିଲ

ଖୋର୍ଦ୍ଧା: କୋଭିଡ କଟକଣା ଉଲଘଂନ କରୁଥିବା ବିଭିନ୍ନ ଘରୋଇ ଚିକିତ୍ସାନୁଷ୍ଠାନ ଉପରେ ମଙ୍ଗଳବାର ଖୋର୍ଦ୍ଧା ଜିଲାପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଗୋଟିଏ ଘରୋଇ ଡାକ୍ତରଖାନା ଓ ଏକ ଅଲଟ୍ରାସାଉଣ୍ଡ କ୍ଲିନିକକୁ ସିଲ କରାଯାଇଛି। ଘରୋଇ ଡାକ୍ତରଖାନାରେ କିଭଳି କୋଭିଡ ନିୟମ ପାଳନ କରାଯାଉଛି ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଟିମରେ ଡେପୁଟି କଲେକ୍ଟର ଲୋପାମୁଦ୍ରା ସାହୁ,ପୈାର ପରିଷଦ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡ.ଶତପଥି,ଜିଲା ଅତିରିକ୍ତ ସ୍ୱାସ୍ଥ୍ୟଧିକାରୀ ଡ.ରଘୁନାଥ ନାୟକ,ନୋଡାଲ ଅଫିସର ଡା ଏସ.ପି ମିତ୍ର ଏକ ସେକ୍ସନ ପୁଲିସ ଫୋର୍ସ ସାମିଲ ଥିଲେ। କୋଭିଡ ନିୟମ ଉଲ୍ଲଘଂନ ଅଭିେଯାଗରେ ନନ୍ଦିଘୋଷ ହସପିଟାଲକୁ ୧୫ ଦିନ ପାଇଁ ସିଲ କରିବା ସହ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି।

ଏହି ହସପିଟାଲକୁ ଚଳିତ ମାସ ୪ ତାରିଖରେ ପୂର୍ବରୁ ରେଡ କରାଯାଇଥିଲା। ସେତେବେଳେ ୧୫ ଦିନ ପାଇଁ ବନ୍ଦ କରାଯାଇଥିଲା। ତେବେ ଆଜି ବାହାରେ ତାଲା ଝୁଲୁଥିବା ବେଳେ ଭିତରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଟିମ ଜାଣିବାକୁ ପାଇଥିଲା। ସେହିପରି ଜୀବନ ରେଖା ଅଟ୍ରାସାଉଣ୍ଡ କ୍ଲିନିକକୁ ସାତଦିନ ପାଇଁ ବନ୍ଦ କରାଯାଇଛି। ପାର୍କଲାଣ୍ଡ କ୍ଲିନକ ଉପରେ ୧୦ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories