www.samajalive.in
Monday, December 8, 2025
14.1 C
Bhubaneswar

ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍‌ର ପ୍ରଥମ ଅନ୍‌ଲାଇନ୍ ବା ଭର୍ଚୁଆଲ୍ ଏଜିଏମ୍‌ରେ ଭାଗନେବେ ପ୍ରାୟ ଏକ ଲକ୍ଷ ସେୟାର ହୋଲ୍‌ଡର

ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ୪୩ ତମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ବା ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଯାଉଛି। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଭର୍ଚୁଆଲ୍ ମାଧ୍ୟମରେ ବୁଧବାର ଅନୁଷ୍ଠିତ ହେଉଥିବା ଏହି ଏଜିଏମ୍‌ରେ ସର୍ବାଧିକ ସଂଖ୍ୟକ ସେୟାରହୋଲ୍‌ଡର୍ ଅଂଶଗ୍ରହଣ କରିପାରିବା ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି ଯାହାଦ୍ୱାରା ଦେଶ ବିଦେଶର ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ପ୍ରାୟ ଏକ ଲକ୍ଷ ସେୟାରହୋଲ୍‌ଡର୍ ଏକସାଙ୍ଗରେ ଭାଗ ନେଇ ପାରିବେ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍ ପ୍ରତିବର୍ଷ ମୁମ୍ବଇରେ ଭବ୍ୟ ଆଡମ୍ବରରେ ଆୟୋଜିତ ହେଉଥିବାବେଳେ ଚଳିତବର୍ଷ ପରିବର୍ତ୍ତିତ ପରିସ୍ଥିତିରେ ମୁମ୍ବଇ ବାହାରର ଅନେକ ସେୟାରହୋଲ୍‌ଡର୍ ଏଥିରେ ସିଧାସଳଖ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ଏବଂ ଏଥିରେ ହେବାକୁଥିବା ପ୍ରମୁଖ ଘୋଷଣାଗୁଡିକ ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଅବଗତ ହୋଇପାରିବେ।  ଭାରତର ବିଭିନ୍ନ ସହର ସମେତ ଆମେରିକା, ଇଂଲଣ୍ଡ, କାନାଡା, ୟୁଏଇ, ଜାପାନ, ହଂକଂ, ସିଙ୍ଗାପୁର, ମାଲେସିଆ ଏବଂ ଅଷ୍ଟ୍ରେଲିଆରୁ ସେୟାରହୋଲଡରମାନେ ଚଳିତ ବର୍ଷର ଭର୍ଚୁଆଲ ଏଜିଏମରେ ଯୋଗଦେବେ। ଏହି ମେଗା ଏଜିଏମକୁ ସଫଳ କରିବା ପାଇଁ ଭିଡିଓ କନଫରେନ୍ସିଂ, ଜିଓ ମିଟ୍ ପ୍ଲାଟଫର୍ମ, ସିସ୍‌କେ ୱେବେକ୍ସ ଏବଂ ବାଣିଜ୍ୟିକ ୱେବ୍‌କାଷ୍ଟ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ଲାଟଫର୍ମ ସମୂହର ଉପେଯାଗ କରାଯିବ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରହୋଲ୍‌ଡରମାନଙ୍କୁ ସୂଚନା ଦେବା ସହିତ ବିଭିନ୍ନ ତଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କମ୍ପାନୀ ପକ୍ଷରୁ ହ୍ୱାଟ୍ସଆପ୍ ନମ୍ବର ୭୯୭୭୧୧୧୧୧୧ ରେ ଚାଟ୍‌ବଟ୍ ସେବା ଆରମ୍ଭ କରାଯାଇଛି।  ଏହାଦ୍ୱାରା ସେୟାରହୋଲ୍‌ଡରମାନେ ଅନ୍‌ଲାଇନ୍ ଲଗ୍‌ଇନ୍ କରିବା, ପ୍ରଶ୍ନ କରିବା ଓ ବିଭିନ୍ନ ପ୍ରସ୍ତାବ ଉପରେ ମତାମତ ଦେବା ସମ୍ପର୍କିତ ସୂଚନା ପାଇପାରିବେ। ଏହା ୨୪ ଘଣ୍ଟା କାର୍ଯ୍ୟ କରିବା ସହିତ ଜରୁରୀ ସୂଚନା ପ୍ରଦାନ କରିବ ଏବଂ ଏକା ସାଙ୍ଗରେ ଲେଖା ଓ ଭିଡିଓ ଜରିଆରେ ୫୦ ହଜାର ପ୍ରଶ୍ନର ଉତ୍ତର ଦେଇପାରିବ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ଆୟୋଜିତ ଏଜିଏମରେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୨୦୨୧ ମାର୍ଚ୍ଚ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନେଟ୍ ଋଣମୁକ୍ତ କରିବା ନେଇ ଘୋଷଣା କରିଥିଲେ। ତେବେ ଗତ ମାସରେ ଜିଓ ପ୍ଲାଟଫର୍ମର ୨୫.୨୪ ପ୍ରତିଶତ ଅଂଶଧନ ବିଶ୍ୱର ଅଗ୍ରଣୀ ନିବେଶକମାନଙ୍କୁ ବିକ୍ରି କରି ୧.୧୮ ଲକ୍ଷ କୋଟି ଟଙ୍କା ଏବଂ ରାଇଟସ୍ ଇସୁ ଜରିଆରେ ଆଉ ୫୩ ହଜାର ୧୨୪ କୋଟି ଟଙ୍କା ଜୁଟାଇବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ୍ ଋଣ ମୁକ୍ତ ହୋଇଛି। ସେହିଭଳି କମ୍ପାନିର ଇନ୍ଧନ ରିଟେଲ ବ୍ୟବସାୟରେ ୪୯ ପ୍ରତିଶତ ଅଂଶଧନ ପାଇଁ ବିପି ୭ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୮୫ ମସିହାରେ ମୁମ୍ବଇର କୋଲାବା ସ୍ଥିତ କୋପରେଜ ଫୁଟବଲ ପଡିଆରେ ୧୨ ହଜାର ସେୟାରହୋଲଡରଙ୍କୁ ନେଇ ରିଲାଏନ୍ସର ଏଜିଏମ୍ ଅନୁଷ୍ଠିତ ହୋଇଥିଲା। ଏହା ପର ବର୍ଷ ସହରର କ୍ରସ୍ ମଇଦାନରେ ଅନୁଷ୍ଠିତ ଏଜିଏମରେ ୩୫ ହଜାର ସେୟାରହୋଲଡର ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀର ସେୟାରହୋଲଡର ସଂଖ୍ୟା ୨୬ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ଏଜିଏମ୍ ବିଭିନ୍ନ ଅଡିଟୋରିୟମ୍‌କୁ ସ୍ଥାନାନ୍ତରିତ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories