www.samajalive.in
Sunday, December 7, 2025
26.1 C
Bhubaneswar

ଡ଼ିଜିଟାଲ ଭାରତକୁ ସମୃଦ୍ଧ କରିବ ଗୁଗୁଲ: ନିବେଶ କରିବ ୭୫ହଜାର କୋଟି ଟଙ୍କା

  • ମୋଦୀଙ୍କ ନେତୃତ୍ବରେ  ଚାଲିଥିବା କୋଭିଡ ବିରୋଧୀ ଲଢେଇକୁ ପିଚାଇଙ୍କ ପ୍ରଶଂସା
     କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍‌ସର ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ

ଗୁଗୁଲ ଭାରତରେ ନିବେଶ କରିବ ୧୦ ବିଲିଅନ ଡ଼ଲାର । ଭାରତୀୟ ମୁଦ୍ରାରେ ୭୫ ହଜାର କୋଟି ଟଙ୍କା । ଭାରତକୁ ସମ୍ପୂର୍ଣ୍ଣ ଡ଼ିଜିଟାଲ କରିବା ଦିଗରେ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଏହି ନିବେଶ ଅଧିକ ସମୃଦ୍ଧ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ଗୁଗଲ୍ ଭାରତରେ ଏହି ଅର୍ଥ ବିନିଯୋଗ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାକାଳରେ ଗୁଗଲ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ  ଶ୍ରୀ ପିଚାଇ କୋଭିଡ ୧୯ ସଂପର୍କରେ ସଚେତନତା ସୃଷ୍ଟି ଏବଂ ବିଶ୍ୱସନୀୟ ତଥ୍ୟ ପ୍ରଦାନ ପାଇଁ ଗୁଗ୍‌ଲ ପକ୍ଷରୁ ଚାଲିଥିବା ଉଦ୍ୟମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ୍‌ଡାଉନ ଭଳି ଗ୍ରହଣ କରାଯାଇଥିବା ଦୃଢ ପଦକ୍ଷେପ ଭାରତରେ କରୋନା ମହାମାରୀ ବିରୋଧୀ ଲଢେଇ ପାଇଁ ଏକ ସଦୃଢ ମୂଳଦୁଆ ସ୍ଥାପନ କରିଛି ।

;

- Advertisement -

ଅନ୍ୟପକ୍ଷରେ ମହାମାରୀ ସଂପର୍କରେ ଯେଉଁସବୁ ଗୁଜବ ଓ ଅସତ୍ୟଖବର ପ୍ରଚାରିତ ହେଉଛି ତାହାକୁ ଦୂରକରି ଲୋକଙ୍କୁ ଠିକ୍‌ ତଥ୍ୟ ଯୋଗାଇବା ସହିତ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗୁଗ୍‌ଲ ଯେଉଁ ଉଦ୍ୟମ ଚଳାଇଛି ପ୍ରଧାନମନ୍ତ୍ରୀ ତାହାକୁ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତ ଟେକ୍‌ନୋଲଜି ବ୍ୟବହାର ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁଗ୍‌ଲ ସିଇଓଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟମାନେ ନୂଆ ଟେକ୍‌ନୋଲଜିକୁ ଖୁବ୍‌ଶୀଘ୍ର ଗ୍ରହଣ କରିବା ସହ ସେଥିରେ ଅଭ୍ୟସ୍ତ ହୋଇପାରୁଛନ୍ତି । ଚାଷୀମାନେ କିପରି ଏହି ଟେକ୍‌ନୋଲଜି ଦ୍ୱାରା ଉପକୃତ ହେଉଛନ୍ତି ସେ ସଂପର୍କରେ ଉଲ୍ଲେଖ କରି କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ପ୍ରୟୋଗ ତଥା ଏହାର ସମ୍ଭାବ୍ୟ ଉପକାର ସଂପର୍କରେ ପ୍ରଧାନମନ୍ତ୍ରୀ ପିଚାଇଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଲ୍ୟାବର ପରିକଳ୍ପନା ସଂପର୍କରେ ପିଚାଇଙ୍କୁ ଅବଗତ କରିଛନ୍ତି । ଏହା ହୋଇପାରିଲେ ଛାତ୍ରଛାତ୍ରୀ ଓ ଚାଷୀଙ୍କ ଦ୍ୱାରା ସହଜରେ ବ୍ୟବହୃତ ତାହା ହୋଇପାରିବ ବୋଲି ସେ କହିଛନ୍ତି ।  ଶ୍ରୀ ପିଚାଇ ଭାରତରେ ଗୁଗ୍‌ଲ ଦ୍ୱାରା ପ୍ରସ୍ତୁତ ଓ ପ୍ରବର୍ତ୍ତିତ ହେବାକୁ ଥିବା ନୂଆ ଉତ୍ପାଦ ଏବଂ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁଠାରେ ଏକ ଆର୍ଟିଫିସିଆଲ ଇଣ୍ଟିଲିଜେନସ ରିସର୍ଚ୍ଚ ଲ୍ୟାବ କାର୍ଯ୍ୟକ୍ଷମ ହେବା ଘେନି ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହାଛଡା ବନ୍ୟା ପୂର୍ବାଭାସ ସଂପର୍କରେ ଗୁଗ୍‌ଲ କିପରି ବିଶେଷ ଉପଯୋଗୀ ହେବ ସେ ସଂପର୍କରେ ମଧ୍ୟ ଜଣାଇଛନ୍ତି ।


ଏହି କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଡେଟା ନିରାପତ୍ତା ତଥା ପ୍ରାଇଭେସିର ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ଯେଉଁ ବିଶ୍ୱାସର ଅଭାବ ରହୁଛି ତାହାକୁ ଦୂର କରିବା ପାଇଁ ସବୁ ଆଇଟି କଂପାନୀ ଉଦ୍ୟମ କରିବା ଉଚିତ । ସାଇବର ଆକ୍ରମଣ ଓ ସାଇବର ଅପରାଧ ଆଦି ସଂପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଅନଲାଇନ ଶିକ୍ଷା, ମାତୃଭାଷାରେ ଟେକ୍‌ନୋଲଜିର ଆକ୍ସେସ, କ୍ରୀଡା କ୍ଷେତ୍ରରେ ଷ୍ଟାଡିୟମରେ ବସି ଖେଳ ଦେଖିବା ଭଳି ଅଭିଜ୍ଞତା ଯୋଗାଉଥିବା ଟେକ୍‌ନୋଲଜିର ବିକାଶ ଓ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ନୂଆ ଟେକ୍‌ନୋଲଜି ଯୋଗାଣ ତଥା ଏହାର ପରିସର ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ପିଚାଇଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories