www.samajalive.in
Sunday, December 7, 2025
26.1 C
Bhubaneswar

ମରାମତି ଅଭାବରୁ ଡାକବଙ୍ଗଳା ପାଲଟିଛି ଭୁତକୋଠି

କଳାପଥର: ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ଠାରେ ଥିବା ପୁର୍ତ୍ତ ବିଭାଗର ଡାକ ବଙ୍ଗଳାଟି ଏବେ ଭୁତକୋଠି ପାଲଟିଛି। ବର୍ଷ ବର୍ଷଧର ଏହାର ପୁନଃ ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏବେ ଏହି ଡାକ ବଙ୍ଗଳାଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବ୍ରିଟିସ୍‍ ଅମଳର ଏହି ଡାକବଙ୍ଗଳାଟିର ରକ୍ଷଣାବେକ୍ଷଣ କରାଯାଇ ନ ପାରିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି।

ସୂଚନାରୁ ଜଣାଯାିଛି ଯେ, ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱରଠାରେ ଏକ ଡାକବଙ୍ଗଳା ରହିଛି। ଏହି ଡାକ ବଙ୍ଗଳାରେ ସରକାରୀ ଅଧିକାରୀମାନେ ପଶ୍ଚମବାଙ୍କୀ ଅଞ୍ଚଳକୁ ଗ୍ରସ୍ତ କରିବା ସମୟରେ ସମୟ ଅତିବାହିତ କରିଥାନ୍ତି। ଏପରିକି ବ୍ରିଟିସ୍‍ ଶାସନନ ସମୟରେ ଏହି ଡାକ ବଙ୍ଗଳାରେ ରହି ଖଞ୍ଜଣା ଆଦାୟ କରାଯାଉଥିଲା। ସମୟକ୍ରମେ ଭାରତ ସ୍ୱାଧିନ ହେବାପରେ ଡାକ ବଙ୍ଗଳାଟିର ରକ୍ଷଣାବେକ୍ଷଣ ଦାୟୀତ୍ୱ ପୁର୍ତ୍ତବିଭାଗ ହାତରେ ନ୍ୟସ୍ତ କରାଯାଇଥିଲା। ଦେଖିବାକୁ ମିଳିଛି ଯେ, ପୁର୍ତ୍ତ ବିଭାଗ ପକ୍ଷରୁ ଏହି ବଙ୍ଗଳାର ପୁନଃରୁଦ୍ଧାର କରାଯାଉନାହିଁ। ଫଳରେ ଉକ୍ତ ଡାକ ବଙ୍ଗଳାଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରରହିଛି। ଡାକ ବଙ୍ଗଳାରେ କେହି ରହୁନଥିବାରୁ ଏହାର ଚାରିକଡରେ ବିଭିନ୍ନ ପ୍ରକାରର ଗଛଲତା ଉଠିଲାଣି। ଏପରିକି ସରିସୃପ ମାନଙ୍କର ଏହା ଆଡାସ୍ଥଳି ପାଲଟିଛି। ବିଭିନ୍ନ ସମୟରେ ଏହି ଡାକବଙ୍ଗଳା ଭିତରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା କୁହାଯାଉଛି। ଏହାର ଦାୟୀତ୍ୱ କେହି ନେଉନଥିବାରୁ ଡାକବଙ୍ଗଳାରେ ଲାଗିଥିବା ବହୁ ଦାମୀ ଝରକା,କବାଟ ଓ ଗ୍ରୀଲକୁ ଚୋର ମାନେ ତାଡି ନେଇ ଗଲେଣୀ। ଏପରିକି ଏହାର ଚତୃପାଶ୍ୱ ମଧ୍ୟ ଜବରଦଖଲ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ସରକାର ବିଭିନ୍ନ ସମୟରେ ପୁରାତନ ବଙ୍ଗଳା ଗୁଡିକର ପୁନଃରୁଦ୍ଧାର କରୁଥିବାବେଳେ ବୈଦ୍ୟେଶ୍ୱରଠାରେ ଥିବା ବ୍ରିଟିସ୍‍ ଅମଳର ଡାକବଙ୍ଗଳାଟି ପୁନଃରୁଦ୍ଧାର କରିବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories