www.samajalive.in
Sunday, December 14, 2025
16.1 C
Bhubaneswar

ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ୩ ଗୁରୁତର

ପିପିଲି:ପିପିଲି ମେଡିକାଲ୍‌ ଛକରେ ମଙ୍ଗଳବାର ରାତିରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ଲାଗିବା ଫଳରେ ଯୋଗେନ୍ଦ୍ର ଦିକ୍ଷିତ ଓରଫ ଛବି(୫୫) ନାମକ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଘର ନିକଟବର୍ତ୍ତି ମଢିଆଳିସାହିରେ ହୋଇଥିବା ବେଳେ ସେ ଜଣେ ପୂଜକ ହୋଇଥିବା ସୂଚନା ମିଳିଛି। ସେ ବାଇକ ଚଳାଇ ବ୍ଲକଛକ ଅଭିମୁଖେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଅନ୍ୟଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ସହ ସେ ରାସ୍ତା ଉପରେ ଛିଟିକି ପଡିଥିଲେ। ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଓ କାନରେ ଗୁରୁତର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପିପିଲି ହସ୍‌ପିଟାଲ୍‌କୁ ଆଣିଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଜଟଣୀ ରାସ୍ତାର ମାଧିପୁର ପେଟ୍ରୋଲ୍‌ ଟାଙ୍କି ନିକଟରେ ମଙ୍ଗଳବାର ରାତି ୧୧ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ମୁର୍ମୁଷ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ହସ୍‌ପିଟାଲ୍‌କୁ ଆଣିଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ଉଭୟଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ପରିଚୟ ଜଣାପଡି ନ ଥିବା ବେଳେ ସେମାନଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ଉକ୍ତ ଦୁଇ ଯୁବକ ଏକ ବାଇକ୍‌ ଯୋଗେ ପିପିଲି ଅଭିମୁଖେ ଆସୁଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ଉଭୟେ ପଡିଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଏକ ଅଟୋରିକ୍ସା ଯୋଗେ ହସ୍‌ପିଟାଲ୍‌କୁ ଆଣିଥିଲେ। ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଛି। ଏଠାରେ ସୂଚନା ଥାଉକି, ହରିରାଜପୁର ମେଳଣର ଜମାଣ ଉତ୍ସବ ପାଇଁ ପିପିଲି-ଜଟଣୀ ରାସ୍ତାରେ ପ୍ରବଳ ସଂଖ୍ୟାରେ ଗାଡିମୋଟର ଚଳାଚଳ କରୁଥିବା ବେଳେ ଆବଶ୍ୟକ ଟ୍ରାଫିକ୍‌ ବ୍ୟବସ୍ଥାର ଅଭାବ ଯୋଗୁଁ କେତେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories