ମାଲକାନଗିରି ପୁଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲାକାନଗିରି : ମାଲକାନଗିରି ପୁଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନ ରେ ସାମିଲ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲା । କାନା ମାଡ଼ି ଏସିଏମ ଭାବେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।  ଲାକେ ମାଓ ସଂଗଠନର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ , ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏମାନେ ଉଭୟ ବିଚ୍ଛିନ୍ନାଞ୍ଚଳ ମାଓ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳରୂପେ ପରିଣତ ହେବା ପରେ ଅଞ୍ଚଳରେ ବିକାଶ କାର୍ଯ୍ୟ ଓ ପୁଲିସର କାର୍ଯ୍ୟକ୍ରମ ଦେଖି ଏମାନେ ମାଓ ସଂଗଠନ ଛାଡି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମାଓ ସଙ୍ଗଠନ ରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡ଼ର ମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏମାନେ ସିଲାକୋଟା ଏନକାଉଣ୍ଟର, ବିଧାୟକ ହତ୍ୟାକାଣ୍ଡ ଭଳି ବଡ଼ ବଡ଼ ଘଟଣା ରେ ସାମିଲ ଥିଲେ । ଏହି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସପି ଅନୁରୋଧ କରିଛନ୍ତି ।

Comments are closed.