www.samajalive.in
Sunday, December 7, 2025
26.1 C
Bhubaneswar

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

  • କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍‍, ଟୋରୋଂଟୋ ସମେତ ବିଶ୍ୱର ୪୦ରୁ ଊର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟର
  •  ଭାରତୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ-
  • ଓଡିଆ ଦୁଇ ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ୍‍ ମହାପାତ୍ର ସାମିଲ
  • ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି। ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲାଷ୍ଟ୍‍ ମାଇଲ୍‍ ଏନର୍ଜି ଆକ୍ସେସ୍‍ ଇନ୍‍ ଇଣ୍ଡିଆ ଉପରେ ଆୟୋଜିତ ୱେବିନାରରେ ଓଡିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବା ପାଇଁ ଯାଉଛି। ଓଡିଶା ତଥା ଭୁବନେଶ୍ୱରରେ ଅପାର ସମ୍ଭାବନା ରହିଛି। କରୋନାର
    ପରବର୍ତୀ ସମୟରେ ଓଡିଶା ତଥା ଭୁବନେଶ୍ୱରକୁ ବିକଶିତ କରିବା ପାଇଁ ଯୁବ ସମ୍ବଳକୁ ଉପଯୋଗ କରାଯିବ ଏବଂ ନୂଆ ମାର୍ଗ ଓ ନୂଆ ମଡେଲ୍‍ ଦିଗରେ ଭାରତ ସରକାର କାର୍ଯ୍ୟ କରିବା ପାଇଁ ଯୋଜନା ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
    ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଚୀନ ଓ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ହୋଇଛି। ଉର୍ଜା କ୍ଷେତ୍ରରେ ବର୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି। ନିକଟରେ ପ୍ରଥମ ଅନଲାଇନ୍‍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ ହୋଇଛି। ଏହି ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ। ସେହିପରି ନିକଟରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି
    ା ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩ ପ୍ରତିଶତ ଭୌ÷ଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି। ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ। ଦେଶର ଉର୍ଜା ଆମଦାନୀକୁ ହ୍ରାସ କରିବା ପାଇଁ ଭାରତ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ରହିଛି। ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରାଯାଉଛି। ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍‍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍‍ ରହିଛି ଏବଂ ଏହାକୁ ଆହୁରି କମ୍‍ କରିବା ପାଇଁ ଜୈବଇନ୍ଧନ ଉପଯୁକ୍ତ ମାଧ୍ୟମ। ତୈଳ ଆମଦାନୀକୁ ହ୍ରାସ କରିବାରେ ମଧ୍ୟ ଜୈବଇନ୍ଧନ ଏକ ଭଲ ମାଧ୍ୟମ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କୋଟି କୋଟି ଗରିବ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରିଛି। ଏହି
    ଯୋଜନାରେ ଗରିବ ଘରେ ଗ୍ୟାସ ପହଁଚିପାରିଛି। ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର ଉର୍ଜା ପାଇପାରିବେ ସେ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
    ଉଲ୍ଲେଖନୀୟ ଯେ, ବିଶ୍ୱର କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍‍, ଟୋରୋଂଟୋ ସମେତ ୪୦ରୁ ଊର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲା ବେଳେ ଏଥିରେ ଓଡିଆ ଦୁଇ ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ୍‍ ମହାପାତ୍ର ସାମିଲ ଓ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ। ବୈଷୟିକ ଶିକ୍ଷା, ରାଜନୀତି ବିଜ୍ଞାନ, ଅର୍ଥନୀତି, ସାମାଜିକ ବିଜ୍ଞାନରେ ପାରଙ୍ଗମ ଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories