www.samajalive.in
Saturday, December 6, 2025
16.1 C
Bhubaneswar

ବାଜାର ପ୍ରବେଶ କଲା ମୋଟରଲାର ନୂତନ ସ୍ମାର୍ଟଫୋନ ‘ୱାନ୍ ଭିଜନ୍ ପ୍ଲସ୍’

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରଲାର ୟୁଏଇରେ ନୂତନ ସ୍ମାର୍ଟଫୋନ ‘ୱାନ୍ ଭିଜନ୍ ପ୍ଲସ୍’ ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୬୬୫, ଏଚଡି ଡିଲପ୍ଲେ ସହ ୪,୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି । ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଏହି ସ୍ମାର୍ଟଫୋନରେ ତିନୋଟି କ୍ୟାମେରାର ଦିଆଯାଇଛି । ତେବେ ଭାରତ ସମେତ ଅନ୍ୟ ଦେଶରେ ମୋଟରୋଲା ୱାନ ଭିଜନ ପ୍ଲସ ସ୍ମାର୍ଟଫୋନର ଶୁଭାରମ୍ଭ ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ ସରକାରୀ ସୂଚନା ଦିଆଯଇ ନାହିଁ ।

- Advertisement -

ମୋଟରଲାର ୱାନ୍ ଭିଜନ୍ ପ୍ଲସ୍ ସ୍ମାର୍ଟଫୋନର ୪ଜିବା ରାମ ଓ ୧୨୮ ଜିବି ଷ୍ଟୋରେଜ ଫୋନର ମୂଲ୍ୟା ପାଖାପାଖି ୧୪,୩୦୦ ଟଙ୍କା ରହିଛି । ଏହା ସ୍ମାର୍ଟଫୋନ ବର୍ତ୍ତମାନ ପାଇଁ ବଜାରକୁ ୨ଟି ରଙ୍ଗରେ ଛଡାଯାଇଛି । କସ୍ମିକ୍ ବ୍ଲୁ ଏବଂ କ୍ରିଷ୍ଟାଲ୍ ଗୋଲାପୀ । ଏହି ସ୍ମାର୍ଟଫୋନ୍ କମ୍ପାନୀର ଅଫିସିଆଲ୍ ସାଇଟ୍ ଏବଂ ଇ-କମର୍ସ ସାଇଟ୍ ଆମାଜନ ୟୁଏଇରେ ତାଲିକାଭୁକ୍ତ  ହୋଇଛି ।

ମୋଟରଲାର ୱାନ୍ ଭିଜନ୍ ପ୍ଲସ୍ ସ୍ମାର୍ଟଫୋନରେ ୬.୩-ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି । ଯାହାର ରେଜୋଲୁସନ ୧୦୮୦ x ୨,୨୮୦ ରହିଛି । ଏଥିସହ ଅକ୍ଟା-କୋର କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସରର ସମର୍ଥନ ଅଛି ।

କ୍ୟାମେରା ବିଷୟରେ କହିବାକୁ ଗଲେ ଉପଭୋକ୍ତାମାନେ ୱାନ୍ ଭିଜନ୍ ପ୍ଲସ୍ ସ୍ମାର୍ଟଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ପାଇବେ । ଯେଉଁଥିରେ ୪୮ ମେଗାପିକ୍ସେଲ ପ୍ରାଥମିକ ସେନସର, ଦ୍ବିତୀୟ ଟି ୧୬ ମେଗାପିକ୍ସେଲ ଏବଂ ତୃତୀୟ କ୍ୟାମେରେ ଟି ୫ ମେଗାପିକ୍ସେଲର ଡେଫଥ୍ ସେନସର ଅଛି । ଏହା ବ୍ୟତୀତ ୨୫ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି।

ଏହି ସ୍ମାର୍ଟଫୋନରେ ୪ଜି ଏଲଟିଇ, ବ୍ଲୁଟୁଥ୍ ଭର୍ସନ୍ ୫.୦ , ଜିପିଏସ୍, ୩.୫ ମିମି ହେଡଫୋନ୍ ଜ୍ୟାକ୍, ଏନଏଫସି ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ଫିଚର ରହିଛି । ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଏହି ସ୍ମାର୍ଟଫୋନରେ ୧୫ ଓ୍ବାଟର ଫାଷ୍ଟ ଫାଷ୍ଟ ଚାର୍ଜିଂ ସହ ୪,୦୦୦ ଏମଏଚର ଦମଦାର ବ୍ୟାଟେରୀ ଦିଆଯାଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories