www.samajalive.in
Saturday, December 6, 2025
26.1 C
Bhubaneswar

୨୦୧୯ ବିଶ୍ବକପ ସେମିଫାଇନାଲ ବିପର୍ଯ୍ୟୟ ଦୁଃଖଦ ଥିଲା : ଜାଡେଜା

ନୂଆଦିଲ୍ଲୀ : ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ କ୍ରିକେଟ ବିଶ୍ବକପରେ ଭାରତ ଲିଗ୍‌ ପର୍ୟ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ବିଦାୟ ନେଇଥିଲା। ସେମିଫାଇନାଲର ପରାଜୟ ସବୁଠାରୁ ଦୁଃଖଦ ଥିଲା। ଯାହା ଆଜି ବି ମନରୁ ଲିଭି ପାରୁନାହିଁ ବୋଲି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଜୁଲାଇ ୯ ଓ ୧୦ରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଏହି ମହା ବିପର୍ୟ୍ୟୟକୁ ନେଇ ସାରା ଦେଶ ଦୁଃଖରେ ଭାଙ୍ଗି ପଡ଼ିଥିଲା ବୋଲି ଜାଡେଜା କହିଛନ୍ତି। ଗତବର୍ଷର ଏହି ଘଟଣାକୁ ମନେ ପକାଇ ଜାଡେଜା କହିଛନ୍ତି ଯେ, ମାଞ୍ଚେଷ୍ଟରର ଓଲ୍ଡଟ୍ରାଫର୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୩୯ରନ କରିଥିଲା। ଜବାବ​‌େ​‌ର ଆମେ ୨୨୧ରନ କରିବାକୁ ସକ୍ଷମ ହୋଇଥିଲୁ। ଆମେ ପାରୁ ପର୍ୟ୍ୟନ୍ତ ମ୍ୟାଚ ବିଜୟୀ ନେଇ ଉଦ୍ୟମ କରିଥିଲେ ମଧ୍ୟ ବିଜୟଠାରୁ ଦୂରରେ ରହିଯାଇଥିଲୁ। ଉକ୍ତ ପରାଜୟ ଜୀବନର ଅନ୍ୟତମ ଦୁଃଖଦ ଦିନ ଥିଲା ବୋଲି ଜାଡେଜା କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories