www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଥମ ଟେଷ୍ଟ: ବ୍ରାଥ୍‌ୱେଟ ଓ  ଡାର ୱିଚ୍‌ଙ୍କ  ଅର୍ଦ୍ଧଶତକ

ସାଉଥମ୍ପଟନ : ସାଉଥ୍‌ମ୍ପଟନର ରୋଜବାୱେଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଫାଷ୍ଟ ବୋଲର ଅଧିନାୟକ ଜାସନ ହୋଲଡର ଓ ସାନନ୍‌ ଗ୍ରାବିଏଲଙ୍କ ଘାତକ ବୋଲିଂ ପରେ ଓପନର ବ୍ରାଥ୍‌ୱେଟ ଓ ଡାରୱିଚ୍‌ଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ଘରୋଇ ଇଂଲଣ୍ଡକୁ ପ୍ରଥମ ଇନିଂସରେ ପଛରେ ପକାଇବାରେ ସକ୍ଷମ ହୋଇଛି। ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ୨୦୪ରନ ଜବାବରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସରେ ୩୧୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଏଥିସହିତ ​‌େ​‌ୱଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ୍‌ରେ ୧୧୪ ରନ୍‌ର ଅଗ୍ରଣୀ ହାସଲ କରିଛି।

ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଦିନର ଅସମାପ୍ତ ୫୭/୧ରୁ ତୃତୀୟ ଦିବସ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ଓ ବ୍ରାଥ୍‌ୱେଟ୍‌ ସତର୍କତାର ସହିତ ଇନିଂସକୁ ଆଗକୁ ବଢାଇଥିଲେ। ଘରୋଇ ଦଳ ପ୍ରଥମ ସେସନରେ ୱିକେଟ ନେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଉଭୟ ଦ୍ବିତୀୟ ୱିକେଟ ଯୋଡ଼ିରେ୫୯ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୧୦୨ରନ ଥିବାବେଳେ ହୋପ୍‌ ୧୬ରନ କରି ବେସ୍‌ଙ୍କ ବଲରେ ଷ୍ଟୋକ୍‌ସଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ବ୍ରାଥୱେଟ୍‌ଙ୍କ ସହ ସାଥ୍‌ ଦେଇଥିଲେ ସାମରେସ୍‌ ବ୍ରୁକ୍ସ। ଉଭୟ ୩୮ରନ ଦଳୀୟ ସ୍କୋରରେ ଯୋଗ କରିଥିଲେ। ସ୍କୋର ୧୪୦ରନ ଥିବାବେଳେ ବ୍ରୁକ୍ସ ୩୯ରନ କରି ଜେମ୍ସ ଆଣ୍ଡରସନ୍‌ଙ୍କ ବଲରେ ବଟ୍‌ଲରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ମଧ୍ୟାହ୍ନବିରତି ବେଳକୁ ୱେଷ୍ଟଇଣ୍ଡିଜ୍‌ ୩ ୱିକେଟ ହରାଇ ୧୫୯ରନ କରିଥିଲା। ଚତ୍ୁର୍ଥ ୱିକେଟରେ ବ୍ରାଥ୍‌ୱେଟ୍‌ ଓ ରୋଷ୍ଟନ୍‌ ଚେଜ୍‌ ୩୩ରନ ଯୋଗ କରିଥିଲେ। ସ୍କୋର ୧୭୩ରନ ଥିବାବେଳେ ବ୍ରାଥୱେଟ୍‌ ୧୨୫ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ସହାୟତାରେ ୬୫ରନ କରି ବେନ୍‌ ଷ୍ଟୋକ୍‌ସଙ୍କ ବଲରେ ଏଲ୍‌ବିଡବ୍ଲୁ ହୋଇଥିଲେ।

- Advertisement -

ବ୍ରାଥ୍‌ୱେଟ୍‌ଙ୍କ ୱିକେଟର ପତନ ପରେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବ୍ଲାକଉଡ୍‌ ଅଧିକ ସମୟ ୱିକେଟରେ ତିଷ୍ଠି ପାରିନଥିଲେ। ଦଳୀୟ ସ୍କୋରରେ ଆଉ ମାତ୍ର ୧୩ରନ ଯୋଗ କରିବା ପରେ ବ୍ଲାକଉଡ୍‌ ୧୨ରନ କରି ଆଣ୍ଡରସନ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ୧୮୬ରନରେ ପଞ୍ଚମ ୱିକେଟ ହରାଇଥିଲା। ଷଷ୍ଠ ୱିକେଟରେ ଚେଜ୍‌ ଓ ସେନ୍ ଡାରୱିଚ୍‌ ସତର୍କତାର ସହିତ ବ୍ୟାଟିଂ କରି ଦଳକୁ ଅଗ୍ରଣୀ ଦେଇଥିଲେ। ଶେଷ ଆଡକୁ ସେନ୍‌ ଡାରୱିଚ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୬୧ ରନ୍‌ ଓ କେମାର ରୋଚ୍‌ଙ୍କ ୧୮ ରନ୍‌ ସହାୟତାରେ ୱେଷ୍ଟଇଣ୍ଡିଜ୍‌ ୩୦୦ ରନ୍‌ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲା। ଦଳ ୧୦୨ ଓଭରରେ ୩୧୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଷ୍ଟୋକ୍‌ସ ୪ଟି, ଜେମ୍ସ ଆଣ୍ଡରସନ ୩ଟି, ବେସ୍‌ ୨ଟି ଓ ଉଡ୍‌ ଗୋଟିଏ ୱିକେଟ ନେଇଥିଲେ। ପ୍ରଥମ ଦିନ ବର୍ଷା ବାଧା ସୃଷ୍ଟି କରିଥିବାବେଳେ ଦ୍ବିତୀୟ ଓ ତୃତୀୟ ଦିନ ଖେଳରେ ୱେଷ୍ଟଇଣ୍ଡିଜ ପ୍ରଧାନ୍ୟ ବିସ୍ତାର କରିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories