www.samajalive.in
Sunday, December 7, 2025
13.1 C
Bhubaneswar

ଶନିବାର ରାଶିଫଳ(୧୧/୦୭/୨୦୨୦)

ମେଷ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ନିରୋଳାରେ ରହିବାକୁ ପସନ୍ଦ କରିବେ। ବିବାଦୀୟ ବତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି।
ବୃଷ: କାର୍ଯ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡ଼ିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି।
ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ମିଳିଥିବା ଖବର ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପୁରସ୍କୃତ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।
କର୍କଟ: ଜଟିଳ ସମସ୍ୟାର ସୁସମାଧାନ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଉଦ୍ୟମ ଚଳାଇ ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ। ଧର୍ମକଥା ଶୁଣିବାକୁ ଆଗ୍ରହୀ ହେବେ।
ସିଂହ: କର୍ମକ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଶୁଭକାର୍ଯ୍ୟ ବର୍ଜନୀୟ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଯାନ ଚାଳନାରେ ସତର୍କ ହେବେ।
କନ୍ୟା: କାର୍ଯ୍ୟରେ ସ୍ଥିରତା ଦେଖା ଦେବ। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ। ଶୁଭକାର୍ଯ୍ୟ କରିପାରନ୍ତି। ଉତ୍ତମ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।
ତୁଳା: କାର୍ଯ୍ୟରେ ସଫଳତା ମିଳିବ। ପଡ଼ୋଶୀ ସାହଯ୍ୟକାରୀ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରିବାରେ ସକ୍ଷମ ହେବେ।
ବିଛା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବିଭାଗୀୟ ବିଷୟବସ୍ତୁ ଉପରେ ଅଧ୍ୟୟନରତ ହେବେ। ବିଭିନ୍ନ ସୁତ୍ରରୁ ଆବଶ୍ୟକ ପଡୁଥିବା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ପାରିବାରିକ ସୁଖ ମିଳିବ।
ଧନୁ: ହାତରେ କ୍ଷମତାର ଡୋରି ଥିବାରୁ ସଫଳତା ନିଶ୍ଚିତ ମିଳିବ। ଓ ବିଦ୍ରୋହୀ ପଦାନତ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଲେ ବି; ତା’ର ମୂଲ୍ୟ ମିଳିବ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି।
ମକର: ଯାହା ମନରେ ଭାବୁ ଛନ୍ତି। ତାହା ଫଳପ୍ରସୂ ହେବ। ଉଚ୍ଚଆଶା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ଅର୍ଥ ମିଳିବ।
କୁମ୍ଭ: ଭଗବାନଙ୍କ କରୁଣାର ପାତ୍ର ହେବେ। ଆଶାବାଦୀ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇ ପାରେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଉତ୍ତମ ବିଦ୍ୟାର ଅଧିକାରୀ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସରକାରୀ ଅର୍ଥ ମିଳିପାରେ।
ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି। ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories