ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି : ଆଜି ସର୍ବାଧିକ ୭୫୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ ଅଟେ। ଆଜି ଚିହ୍ନଟ ୭୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୨୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 9th July
New Positive Cases: 755
In Quarantine: 508
Local Contacts: 247(Details of local contacts will be shared by concerned Dist Administration)
District Wise Cases
1. Angul: 3
2. Balasore: 9
3. Bargarh: 1
4. Bhadrak: 2
5. Bolangir: 12
6. Cuttack: 55— I & PR Department, Odisha (@IPR_Odisha) July 10, 2020
ଆଜି ଚିହ୍ନଟ ହୋଇଥିବା ୭୫୫ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩୨୦ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୬୨, ଯାଜପୁରରୁ ୮୬, କଟକରୁ ୫୫, ଖୋର୍ଦ୍ଧାରୁ ୫୯, ଗଜପତିରୁ ୩୦, କେନ୍ଦୁଝରରୁ ୩୨, ଅନଗୋଳରୁ ୩,ବାଲେଶ୍ୱରରୁ ୯, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗୀର ୧୨, ଦେଓଗଡରୁ ୪, ଢେଙ୍କାନାଳରୁ ୪, ଜଗତସିଂପୁର ୫, କନ୍ଧମାଳରୁ ୨, କୋରାପୁଟରୁ ୫, ମାଲଗାନଗିରିରୁ ୧୮, ମୟୂରଭଞ୍ଜ ୧୨, ନୟାଗଡରୁ ୧୬, ପୁରୀରୁ ୧୧ ଓ ସମ୍ବଲପୁରରୁ ୨ ଜଣ ରହିଛନ୍ତି ।
23. Sundargarh: 62
New Recoveries: 401
Cumulative Tested: 321443
Positive: 11956
Recovered: 7407
Active Cases: 4476— I & PR Department, Odisha (@IPR_Odisha) July 10, 2020
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୧ ହଜାର ୪୪୩ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୧ ହଜାର ୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୭ ହଜାର ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ୫୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ହଜାର ୪୭୬ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.