www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଭାଇରସ୍‌ର ରହସ୍ୟ

ବର୍ତ୍ତମାନ ସୁଦ୍ଧା ବିଶ୍ବସ୍ତରରେ ୧କୋଟିରୁ ଅଧିକ ଲୋକ କରୋନାରେ ଅାକ୍ରାନ୍ତ ହୋଇଥିବାବେଳେ ୫ଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି। ଗତ ୬ ମାସ ମଧ୍ୟରେ ପ୍ରମୁଖ ରାଷ୍ଟ୍ରର ଅର୍ଥନୀତି ଦୋହଲିଗଲାଣି କହିଲେ ଚଳେ। ରୋଗ ସହ ଲଢ଼ି ଆଗକୁ ବଢ଼ିବା ନିମନ୍ତେ ରାଷ୍ଟ୍ରମୁଖ୍ୟମାନେ ପଦକ୍ଷେପ ନେବାର ଯୋଜନା କରୁଥିବାବେଳେ ଏଇ ଭାଇରସ୍‌ର ଭୟାବହତା ବଢ଼ିଚାଲିଛି। ବିଶେଷଜ୍ଞଦଳଙ୍କ ପୂର୍ବାନୁମାନ ସତ ହୋଇଛି। ଲଣ୍ଡନ ଗବେଷକଦଳ ବିଭିନ୍ନ ଅନୁଧ୍ୟାନ କରିବା ପରେ ମେ’ ମାସରେ ପ୍ରକାଶ କରିଥିଲେ ଯେ ଜୁଲାଇ ସୁଦ୍ଧା କରୋନାର ପ୍ରକୋପ ବଢ଼ିପାରେ।

  •  ଗବେଷକଙ୍କ ମତରେ ଏବେ ପର୍ଯ୍ୟନ୍ତ ରୋଗର ଉତ୍ପତ୍ତି କିପରି ହୋଇଥିଲା, ତାହାର ସଠିକ୍ ତଥ୍ୟ ମିଳିପାରୁନାହିଁ। ବାଦୁଡ଼ି ଜରିଆରେ କରୋନା ବ୍ୟାପିଥିବାର ବେଜିଂ ବିଶେଷଜ୍ଞ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ରୋଗର ସଂରଚନା ଦେଖି ତଥ୍ୟର ସଠିକତା ଜଣାପଡ଼ୁନଥିବାର ଗବେଷକ କହିଛନ୍ତି।
  •  ବର୍ତ୍ତମାନ ବିଶ୍ବର ଅଗ୍ରଣୀ ରାଷ୍ଟ୍ରରେ କରୋନା ଭ୍ୟାକ୍ସିନ୍ ନେଇ ୨୦୦ ପ୍ରୋଜେକ୍ଟ ଚାଲିଛି, ହେଲେ ସମ୍ପୂର୍ଣ୍ଣ ସଫଳତା ମିଳିପାରୁନାହିଁ। ଲକ୍-ଡାଉନ୍ ଓ ସଟ୍-ଡାଉନ୍‌ ସମସ୍ୟାର ସମାଧାନ ନୁହେଁ ବୋଲି ଅଧିକାଂଶ ବିଜ୍ଞ ବ୍ୟକ୍ତିଙ୍କ ମତ। କାରଣ ଏହା ଦ୍ବାରା ଜୀବିକା ପ୍ରଭାବିତ ହେବାରେ ଲାଗିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ମତରେ ସେମାନେ ପ୍ରସ୍ତୁତ କରିଥିବା କରୋନା ଭ୍ୟାକ୍ସିନ୍ ଫୁସ୍‌ଫୁସ୍‌ ସଂକ୍ରମଣରୁ ରକ୍ଷା କରିବ, ହେଲେ କରୋନା ସଂକ୍ରମଣରୁ ରକ୍ଷା କରିପାରିବ ନାହିଁ।
  • ବିଶ୍ବର କୌଣସି ପ୍ରାନ୍ତରେ ଏଇ ରୋଗର ରୋଗୀ ସଂଖ୍ୟା ଖୁବ୍ ଅଧିକ ଥିବାବେଳେ ଅନ୍ୟ କେଉଁଠାରେ ଆପାତତଃ କମ୍। ଏହା ପଛର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁନାହିଁ। ପ୍ରଥମ ପର୍ଯ୍ୟାୟରେ ଯେତେବେଳେ କରୋନା ଭାଇରସ୍‌ ବ୍ୟାପୁଥିଲା, ଲଣ୍ଡନ ଗବେଷକ ପ୍ରକାଶ କରିଥିଲେ ଭାରତୀୟ ଜଳବାୟୁରେ ଏଇ ଭାଇରସ୍‌ ଅଧିକ ଦିନ ତିଷ୍ଠି ପାରିବନାହିଁ। ଏବେ କିନ୍ତୁ ଭାରତର ପ୍ରମୁଖ ପ୍ରାନ୍ତରେ କରୋନାର ଭୟାବହତା ବଢ଼ିବାରେ ଲାଗିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories