www.samajalive.in
Tuesday, December 9, 2025
23.1 C
Bhubaneswar

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଜେଲ ଗଲେ ପୌରନିର୍ବାହୀ ଅଧିକାରୀ

ସମ୍ବଲପୁର : ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ ଅଦାଲତରେ ଉପସ୍ଥାନ କରାଇ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ମଙ୍ଗଳବାର ଶ୍ରୀ ପ୍ରଧାନଙ୍କ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ରାଜପୁର କଟାପାଲି ବାସଭବନ, ଦେବଗଡ଼ ପୌରପାଳିକା କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ବାସଭବନ, ଝାରସୁଗୁଡ଼ା ବଞ୍ଜାରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଜଗନ୍ନାଥ ନଗରସ୍ଥିତ ଶ୍ବଶୁର ଅଗସ୍ତି ଖମାରୀଙ୍କ ଘର ଏବଂ ଦେବଗଡ଼ ପୌର କାର୍ଯ୍ୟାଳୟସ୍ଥିତ ଶ୍ରୀ ପ୍ରଧାନଙ୍କ ଚ୍ୟାମ୍ବରରେ ସମ୍ବଲପୁର ଭିଜିଲାନ୍ସ ଜଜ୍‌ଙ୍କ ସ୍ପେଶାଲ ୱାରେଣ୍ଟ ବଳରେ ଚଢ଼ଉ କରିଥିଲେ। ସ୍ଥାବର ସମ୍ପତ୍ତି ଭାବରେ ୨୮ ଲକ୍ଷ ୩୬ ହଜାର ୬ ଶହ ଟଙ୍କାର ବ୍ରଜରାଜନଗର ଆର. କଟାପାଲିରେ ଥିବା ଦିମହଲା କୋଠା ସହିତ ଭିଜିଲାନ୍ସ ଚିହ୍ନଟ କରିଥିବାବେଳେ ଅସ୍ଥାବର ସମ୍ପତ୍ତି ଭାବରେ ମୂଲ୍ୟବାନ ଘରୋଇ ସାମଗ୍ରୀ, ଆସବାବ, ବୈଦ୍ୟୁତିକ ଉପକରଣ, ସୁନା ଓ ରୂପା ଅଳଙ୍କାର, ୨ଟି ବାଇକକୁ ମିଶାଇ ମୋଟ ୫ ଲକ୍ଷ ୪୮ ହଜାର ୫୫୬ ଟଙ୍କା, ବ୍ୟାଙ୍କ ଓ ପୋ​ଷ୍ଟ ଅଫିସରେ ଜମା ୩୫ ଲକ୍ଷ ୮୬ ହଜାର ୬୦୩ ଟଙ୍କା ଏବଂ ନଗଦ ରାଶି ୯୨ ହଜାର ୩୭୦ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଏହିପରି ନିର୍ବାହୀ ଅଧିକାରୀଙ୍କ ମୋଟ ୭୦ ଲକ୍ଷ ୬୪ ହଜାର ୧୨୯ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories