www.samajalive.in
Saturday, December 6, 2025
15.1 C
Bhubaneswar

ଅଶୋଧିତ ତେଲ ଦର ହ୍ରାସ ପ୍ରଭାବ: ସଙ୍କଟରେ ଋଷିଆ ଅର୍ଥନୀତି

ମସ୍କୋ: କୋବିଦ ୧୯ ପରିପ୍ରେକ୍ଷୀରେ ସମଗ୍ର ବିଶ୍ବରେ ଛାଇଯାଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଅନୁଭୂତ ହେବାରେ ଲାଗିଲାଣି । ଏଭଳି ସମୟରେ ଋଷିଆ ଅର୍ଥନୀତି ସମ୍ପ୍ରତି ଏକ ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଗତି କରୁଛି । ଋଷିଆ ଏକ ଘୋର ଅର୍ଥନୈତିକ ମାନ୍ଦାବସ୍ଥା ଆଡକୁ ମୁହେଁଇବାରେ ଲାଗିଛି ।  ପରିସ୍ଥିତି ଏଭଳି ହୋଇଛି ଯେତେବେଳେ ଋଷିଆର ମୋଟଘରୋଇ ଉତ୍ପାଦ (ଜିଡିପି) ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିବାକୁ ଥିବା ବିଶ୍ବ ବ୍ୟାଙ୍କ ପକ୍ଷରୁ ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟରେ ତେବେ ଋଷିଆ ଅର୍ଥନୀତିର ଏଭଳି ସ୍ଥିତି ପାଇଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସକୁ ଦାୟୀ କରାଯାଇପାରେ ।
ବର୍ତ୍ତମାନ ବର୍ଷ ୨୦୨୦ ପାଇଁ ଋଷିଆର ଜିଡିପି ଅଭିବୃଦ୍ଧି ୬%କୁ ଖସିଆସିବା ଆକଳନ କରାଯାଇଛି । ଏହା ଫଳରେ ଦେଶର ଜିଡିପି ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିବ । ତେବେ ୨୦୨୦-୨୧ ବେଳକୁ ଏଥିରେ ଧୀରେ ଧୀରେ ସୁଧାର ଆସିବ ​ବୋଲି ରି​‌ପୋର୍ଟରେ ଦର୍ଶାଯାଇଛି । ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ହ୍ରାସ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି । ଚଳିତବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲରେ ୫୩% ହ୍ରାସ ଘଟିଲାଣି । ଯାହା ଫଳରେ ଋଷିଆରେ ପରିବାର ପିଛା ଉପଯୋଗିତା ବ୍ୟୟ ୪.୯% ହ୍ରାସ ଘଟିବା ଆଶା କରାଯାଉଛି ା ଚଳିତବର୍ଷର ଏପ୍ରିଲ ଏବଂ ମେ’ରେ ଅଭିବୃଦ୍ଧି ନକାରାତ୍ମକ ରହିଛି । ଏହି ସମୟରେ ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୮.୬% ହ୍ରାସ ଗଟିଥିବାବେଳେ ଖଣିଜ ସମ୍ବଳରେ ୮.୪% ପରିବହନ କ୍ଷେତ୍ରରେ ୭.୭% ହ୍ରାସ ହୋଇଛି । କୋଭିଡ୍‌-୧୯ ପ୍ରଭାବରେ ଦେଖାଦେଇଥିବା ଏହି ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଋଷିଆରେ ବେକାରି ହାରରେ ତୀବ୍ର ବୃଦ୍ଧି ଘଟିବାରେ ଲାଗିଛି । ଏହାଛଡା ସେଠାରେ ଲୋକଙ୍କ ବେତନରେ ହ୍ରଆସ, ବିତ୍ତୀୟ ରାଜସ୍ବରେ ହ୍ରାସ ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଦୁର୍ବଲ ହେଉଥିବା ଦେଖିବାକୁ ମିଳୁଥିବା ଋୁଷିଆ ନିମନ୍ତେ ବ୍ୟାଙ୍କ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ ତଥା ଏହି  ରିପୋର୍ଟ ପ୍ରସ୍ତୁତକର୍ତ୍ତା ଅପୂର୍ବା ସାଂଘଭୀ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories