www.samajalive.in
Friday, December 5, 2025
20.1 C
Bhubaneswar

ତ୍ୱରାନ୍ୱିତ ହେଉଛି ସୀମାନ୍ତ ଅଞ୍ଚଳର ମୌଳିକ ଭିତ୍ତିଭୁମି ପ୍ରକଳ୍ପ କାର୍ଯ୍ୟ : ରାଜନାଥ

ନୂଆଦିଲ୍ଲୀ : ଦେଶର ସୀମାନ୍ତ ଅଞ୍ଚଳରେ ସଡ଼କ,ପୋଲ ଓ ସୁଡ଼ଙ୍ଗ ଆଦି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସୀମା ସଡ଼କ ସଂଗଠନ ଏଥିପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ କରିଦେଇଛି।  ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ସୀମା ସଡ଼କ ସଂଗଠନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ବୈଠକ ସମୟରେ ସୀମାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।
ଦେଶର ସୀମାନ୍ତ ଇଲାକାରେ ସଡ଼କ ନିର୍ମାଣ, ପୋଲ ଓ ସୁଡ଼ଙ୍ଗ ପ୍ରଭୃତି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ କଟକଣା ଲାଗୁ ହୋଇଥିବା ସମୟରେ ମଧ୍ୟ ସୀମା ସଡ଼କ ସଂଗଠନ ଏହାର କାର୍ଯ୍ୟ ଜାରି ରଖିଥିଲା। ଏହି ସମୟରେ ଅନେକ ପଡ଼ିରହିଥିବା ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି। ପ୍ରବଳ ତୁଷାରପାତ ସତ୍ତ୍ବେ ବିଭିନ୍ନ ଗିରି ସଂକଟ ଓ ସଡ଼କରୁ ବରଫ ହଟାଇବା କାର୍ଯ୍ୟ ଜାରି ରହିଥିଲା। ଚଳିତବର୍ଷ ବିଗତ ୬୦ବର୍ଷ
ତୁଳନାରେ ଅଧିକ ତୁଷାରପାତ ହେବା ସହ ପୂର୍ବ ରେକର୍ଡ ଭଙ୍ଗ ହୋଇଥିଲା।
ସୀମା ସଡ଼କ ସଂଗଠନର କାର୍ଯ୍ୟକୁୂ ପ୍ରଶଂସା କରି ଶ୍ରୀ ସିଂହ ଏହାକୁ ଆହୁରି ଅଧିକ ସଫଳତା ହାସଲ କରିବା ଲାଗି ଉତ୍ସାହିତ କରିଛନ୍ତି। ସୀମା ସଡ଼କ ସଂଗଠନ ବର୍ତ୍ତମାନ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସାଜସରଞ୍ଜାମ ବ୍ୟବହାର କରୁଛି। ଦେଶୀୟ ଜ୍ଞାନକୌଶଳରେ ମଡୁଲାର ପୋଲଗୁଡ଼ିକର ନିର୍ମାଣ ପାଇଁ ପରୀକ୍ଷାମୂଳକ ଭାବେ ମିଳିତ ଉଦ୍ୟମରେ କାର୍ଯ୍ୟ କରାଯାଉଛି। ଏହା ଦ୍ୱାରା ଦେଶର ଆଗୁଆ ଘାଟିଗୁଡ଼ିକରେ ପୋଲ ନିର୍ମାଣ ସମ୍ଭବ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories