www.samajalive.in
Saturday, December 6, 2025
15.1 C
Bhubaneswar

ଜମି ଖୋଜୁଛି ବତୀଘର; କେମିତି ହେବ ପର୍ଯ୍ୟଟନ ବିକାଶ

ପୁରୁଣା ବତୀଘରଗୁଡ଼ିକୁ ପର୍ଯଟନ ସ୍ଥଳୀ କରାଯିବ । ନୂଆ ବତୀଘରଗୁଡ଼ିକ ନିକଟରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ପର୍ଯ୍ୟଯକଙ୍କୁ ଆକୃଷ୍ଟ କରାହେବ । କେନ୍ଦ୍ର ସରକାର ଏଥିପାଇଁ କରାଯାଇଛି ଯୋଜନା । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଅଧ୍ୟକ୍ଷତାରେ ଦିନକ ତଳେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ପୁରୁଣା ୧୯୪ ବତୀଘରକୁ ପର୍ଯ୍ୟଟନ କ୍ଷେତ୍ର ସହ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଛି । ବତୀଘର ନିକଟରେ ପ୍ରମୋଦ ଉଦ୍ୟାନ, କୃତ୍ରିମ ଜଳ ଫୁଆରା ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ଏହାର ବିକାଶ କରିବାକୁ ଯୋଜନା କରାଯାଇଛି । ସେହିପରି ନୂଆ ବତୀଘରଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ମାତ୍ର ବିଡ଼ମ୍ବନା ହେଉଛି ଧାମରା ମୁହାଁଣରେ ୧୫ ବର୍ଷ ହେଲା ବତୀଘରଟିଏ ନିର୍ମାଣ କରିବାକୁ ଜମି ମିଳୁନି । ବତୀଘର ପାଇଁ ଜମି ଖୋଜା ଚାଲିଛି ଯେ ତାହା ସରିବାର ନାଁ ଧରୁନାହିଁ । ଏ ଦପ୍ତରରୁ ସେ ଦପ୍ତର ପର୍ଯ୍ୟନ୍ତ ବୁଲୁଛି ଫାଇଲ । ନାଲି ଫିତା ବନ୍ଧା ଫାଇଲରର କାଗଜ ପୃଷ୍ଠା ଧଳାରୁ ବାଦାମୀ ପଡ଼ିଗଲାଣି, ତଥାପି ବତୀଘରର ଭାଗ୍ୟ ଖୋଲୁ ନାହିଁ ।

- Advertisement -

ଧାମରାରେ ଆଦାନୀ କମ୍ପାନୀ ପକ୍ଷରୁ ସ୍ଥାପନ ହୋଇଛି ବିଶାଳକାୟ ବନ୍ଦର । ଏହାବ୍ୟତୀତ ଧାମରା ନିକଟବର୍ତୀ ଚୂଡ଼ାମଣି, ଚନ୍ଦନିପାଳ, ଧାମରା ଆଦିରୁ ହଜାର ହଜାର ଟ୍ରଲର, ଦେଶୀ ଡ଼ଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାତାୟତ କରୁଛନ୍ତି । ମାତ୍ର ସେଠାରେ ବତୀଘରଟିଏ ଯାଏ ସ୍ଥାପନ ହୋଇପାରି ନାହିଁ । ସୂତ୍ର ଅନୁସାରେ ବ୍ରିଟିଶ ଶାସନ କାଳରେ କନିକା ବାଲିଦ୍ବୀପ ନିକଟରେ ଗୋଟିଏ ବତୀଘର ସ୍ଥାପନ ହୋଇଥିଲା, ମାତ୍ର ସ୍ବାଧୀନୋତ୍ତର କାଳରେ ତାହା ନଷ୍ଟ ହୋଇ ଯାଇଛି ।

ଏହି ପରିପ୍ରେକ୍ଷୀରେ ଧାମରାରେ ବତୀଘର ସ୍ଥାପନ ପାଇଁ ୨୦୦୫ ମସିହାରେ ହୋଇଥିଲା ପ୍ରଥମ ପ୍ରଚେଷ୍ଟା । କେନ୍ଦ୍ର ସରକାର ଏଠାରେ ଏକ ବତୀଘର ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ସେତେବେଳେ ଏହାର ଖର୍ଚ ଅଟକଳ ଥିଲା ୨ କୋଟି ଟଙ୍କା । କେନ୍ଦ୍ରର ପରାମର୍ଶ ଆଧାରରେ ତତ୍କାଳୀନ ପରିବହନ ବିଭାଗର ଅଧିକାରୀ ବତୀଘର ସ୍ଥାପନ ପାଇଁ ଜଙ୍ଗଲ ବିଭାଗକୁ ଚିଠି ଲେଖିଥିଲେ । ମାତ୍ର ଜଙ୍ଗଲ ବିଭାଗ ଯେଉଁ ସବୁ ଜମି ଚିହ୍ନଟ କଲା ସେଠାକୁ ନା ଥିଲା ଗମନାଗମନ ବ୍ୟବସ୍ଥା, ନା ଥିଲା ରାସ୍ତା । ଫଳରେ ଏହି କାର୍ଯ୍ୟକ୍ରମ ସେଇଠି ଅଟକି ରହିଲା ।

ଏହାର ପ୍ରାୟ ୧୦ ବର୍ଷ ପରେ ଧାମରା ବନ୍ଦର ନିକଟରେ ବତୀଘର ନିର୍ମାଣ ନିମନ୍ତେ ୧୨ଶହ ବର୍ଗମିଟରର ଏକ ଜମି ଚିହ୍ନଟ ହୋଇଥିଲା । ମାତ୍ର ସେହି ଅଞ୍ଚଳକୁ ସଂଯୋଗୀକରଣ ବ୍ୟବସ୍ଥା ନ ଥିବାରୁ ଏହି ପ୍ରକଳ୍ପ ମଧ୍ୟ ଫଳପ୍ରସୂ ହେଲା ନାହିଁ । ଏହାପରେ ପୁଣିଥରେ ୨୦୧୭ରେ ବତୀଘର ପାଇଁ ଜମି ଖୋଜା ଆରମ୍ଭ ହୋଇଥିଲା । ଧାମରା ନିକଟସ୍ଥ ବାଲିସାହି ଗାଁ ନିକଟରେ ଜମି ଠାବ ହୋଇଥିଲା, ମାତ୍ର ୟା ପରେ କ’ଣ ହେଲା ତାହାର ପତ୍ତା ନାହିଁ । ୨୦୦୫ ମସିହାରୁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ଏବେ ଅଛି ନା ଫେରିଗଲାଣି ତାହା ମଧ୍ୟ ଅସ୍ପଷ୍ଟ। ତେଣୁ ଯେଉଁଠି କେନ୍ଦ୍ରୀୟ ଅନୁଦାନ ଆସିବା ପରେ ମଧ୍ୟ ବତୀଘରଟିଏ ସ୍ଥାପନ ହେବା ପାଇଁ ୧୫ ବର୍ଷ ବିତିଲାଣି, ସେଠି ପର୍ଯ୍ୟଟନ ବିକାଶ କଥା ଚିନ୍ତା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories