www.samajalive.in
Monday, December 8, 2025
27.1 C
Bhubaneswar

କୁଖ୍ୟାତ ଅପରାଧୀ ବିକାଶ ଦୁବେର ବୋହୂ ସହ ୩ ଗିରଫ

କାନପୁର : କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗ ଦ୍ବାରା ଜୁଳାଇ ୩ରେ ବିକ୍ରୁ ଗ୍ରାମରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏଥିସହିତ ତଦନ୍ତକାରୀ ପୁଲିସ ବିକାଶର ବୋହୂ ଚମ୍ପା ଓ ଘରୋଇ ସହାୟିକା ରେଖା ଅଗ୍ନିହୋତ୍ରୀଙ୍କ ସହ ଜଣେ ପଡ଼ୋଶୀ ସୁରେଶ ବର୍ମାଙ୍କୁ ଗିରଫ କରିଛି। ଏମାନଙ୍କ ବିରୋଧରେ ବିକାଶ ଓ ତାର ଲୋକଙ୍କୁ ପୁଲିସ ସମ୍ପର୍କରେ ସୂଚନା ପ୍ରଦାନ ସହ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେଉଥିବା ଅଭିଯୋଗ ରହିଛି। ଗୁଳି ବିନିମୟ ସମୟରେ ପୁଲିସ ବାରମ୍ବାର କହିବା ସତ୍ତ୍ବେ ଚମ୍ପା ଘର କବାଟ ଖୋଲି ନ ଥିଲେ। ସେତେବେଳେ ରେଖା ଓ ସୁରେଶ ସବୁ ପୁଲିସଙ୍କୁ ହତ୍ୟା କରିବା ପାଇଁ ଓ କାହାକୁ ଜଣକୁ ବି ଜୀବିତ ନ ଛାଡ଼ିବା ପାଇଁ ବିକାଶ ବାହିନୀକୁ କହୁଥିବା ଶୁଣାଯାଉଥିଲା। ବିକାଶର ଘନିଷ୍ଠ ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀକୁ ଚମ୍ପା ବିବାହ କରିଛି। ଦୟାଶଙ୍କର ନିକଟସ୍ଥ ଗ୍ରାମରୁ ଗିରଫ ହେବା ପରେ ପୁଲିସ ହେପାଜତରେ ରହିଛି। ଚୌବେପୁର ଥାନାରୁ ବିକାଶ ପୁଲିସ ଚଢ଼ଉ ସମ୍ପର୍କରେ ଆଗୁଆ ଖବର ପାଇଥିଲା ବୋଲି ଦୟା ସ୍ବୀକାର କରିଛି।

କାନପୁର ପୁଲିସ ଆଇଜି ମୋହିତ ଅଗ୍ରୱାଲଙ୍କ ସୂଚନାନୁଯାୟୀ, ବିକାଶ ସହିତ ସମ୍ପର୍କ ଥିବା ସନ୍ଦେହରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଇତିମଧ୍ୟରେ ୨୦୦ ପୁଲିସ କର୍ମଚାରୀଙ୍କୁ ଜେରା କରିସାରିଲାଣି। ଏମାନଙ୍କ ମଧ୍ୟରେ ଚୌବେପୁର ସମେତ ନିକଟସ୍ଥ ବିଲହାପୁର, କକୱାନ ଓ ଶିବରାଜପୁର ଥାନା କର୍ମଚାରୀ ଅଛନ୍ତି। ସମ୍ପୂର୍ଣ୍ଣ ଭାବେ ଚୌବେପୁର ଥାନା ଏବେ ନିଲମ୍ବିତ ରହିଛି। ଏହାର ମୋଟ ୧୦ କର୍ମଚାରୀଙ୍କୁ ନିଲମ୍ବନ କରାଗଲାଣି। ଅନ୍ୟ ଥାନାରୁ ୧୦ କର୍ମଚାରୀଙ୍କୁ ଚୌବେପୁରରେ ନିଯୁକ୍ତ କରାଯାଇଛି। ତଦନ୍ତକାରୀ ଅଧିକାରୀ କେ.କେ ଶର୍ମାଙ୍କ କହିବାନୁସାରେ ଜୁଲାଇ ୨ ଅପରାହ୍ଣରେ ବିକାଶ ପୁଲିସକୁ ଫୋନ୍‌ ଯୋଗେ ଆଗକୁ ନ ବଢ଼ିବା ପାଇଁ ଧମକ ଦେଇଥିଲା।

- Advertisement -

ବିକାଶ ରାଜନୖତିକ ପୁଷ୍ଟପୋଷକତା ସହ ପୁଲିସ ବିଭାଗର ଘଳିଆ ଯୋଗୁଁ ପ୍ରଭାବ ବିସ୍ତାର କରିଥିଲା। ବିଚାର ବିଭାଗ ଉପରେ ମଧ୍ୟ ତାର ପ୍ରଭାବ ଥିଲା। ସେଥିପାଇଁ ତା’ ବିରୋଧରେ ଥିବା ସମସ୍ତ ମାମଲା ଗଡ଼ି ଚାଲିଥିଲା। ସେ ଚାରିପାଖରେ ଏମିତି ଜାଲ ବିଛାଇ ରଖିଥିଲା ଯେ ତା ସ୍ବାର୍ଥରକ୍ଷା ପ୍ରତି ସବୁ ମହଲ ଗୁରୁତ୍ବ ଦେଉଥିଲେ। ସ୍ଥାନୀୟ ଲୋକଙ୍କ ଉପରେ ମଧ୍ୟ ତାର ନାହିଁ ନ ଥିବା ପ୍ରଭାବ ରହିଥିଲା। ଉପରୋକ୍ତ ସମସ୍ତେ ତା’ର ଢ଼ାଲ ଭାବେ କାମ କରୁଥିଲେ। ଗତ ତିନି ଦଶନ୍ଧି ଧରି ସେ କେମିତି ତା’ର ସାମ୍ରାଜ୍ୟ ମଜଭୁତ କରି ରଖିଛି ତାହା ଏବେ ତଦନ୍ତର ଏକ ପ୍ରମୁଖ ଦିଗ ବୋଲି ସେ କହିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ୨୦୧୭ରେ ଅପରାଧ ଦମନ ପାଇଁ କଡ଼ା ନିର୍ଦେଶ ଦେଇଥିଲେ ମଧ୍ୟ ଏହା ବିକାଶ କ୍ଷେତ୍ରରେ କାଟୁ କରି ନ ଥିଲା; ତେଣୁ ଏବେ ମୁଖ୍ୟମନ୍ତ୍ରୀ ନିଜେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories