www.samajalive.in
Wednesday, December 10, 2025
23.1 C
Bhubaneswar

ଉତ୍ତରାଖଣ୍ଡ ସୀମାରୁ ଶିବିର ହଟାଇଲା ନେପାଳ

ଡେରାଡୁନ : ଉତ୍ତରାଖଣ୍ଡର ପିଥୋରଗଡ ଜିଲା ନିକଟ ସୀମାରେ ନେପାଳ ସଶସ୍ତ୍ର ପ୍ରାଚୀର ଓ ନେପାଳ ସଶସ୍ତ୍ର ବାହିନୀ ଦ୍ବାରା ନୂଆ କରି ଖୋଲାଯାଇଥିବା ୬ଟି ଶିବିର ମଧ୍ୟରୁ ୨ଟିକୁ ହଟାଇ ନିଆଯାଇଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ତୀବ୍ର ସମାଲୋଚନା କରିବା ପରେ ଏହି ଶିବିରକୁ ହଟାଯାଇଛି। ନେପାଳ ସରକାର ମାସକ ତଳେ ୬ଟି ନୂଆ ଶିବିର ସ୍ଥାପନ କରିଥିଲା। ଭାରତ ସରକାର ପିଥୋରଗଡ ଜିଲା ଡେରାଡୁନ ସହିତ ଲିପୁଲେଖ ପାସ୍‌ର ସଂଯୋଗ ଲାଗି ଏକ ରାସ୍ତା ଖୋଲିବା ପରେ ନେପାଳ ସହିତ ସମ୍ପର୍କରେ ତିକ୍ତତା ହୋଇଥିଲା। ଭାରତ ଏହି ରାସ୍ତା ଖୋଲିବା ପରେ ନେପାଳ ସରକାର ଏହାର ସୀମାରେ ୬ଟି ଶିବିର ଖୋଲିଥିଲେ। ଏବେ ଏଥିରୁ ଦୁଇଟି ଶିବିରକୁ ହଟାଇ ନେଇଛନ୍ତି। ଶିବିର ହଟାଇବା ସମ୍ପର୍କରେ ଡ୍ରାକୁଲା ଉପଜିଲାପାଳ ସ୍ପଷ୍ଟ କରିଛନ୍ତି। ଦୁଇଦିନ ତଳେ ଏହି ଶିବିର ହଟାଯାଇଛି। ଓଲିଙ୍କ ନେତୃତ୍ବ ନେପାଳ ସରକାର ଦେଶର ମାନଚିତ୍ରରେ ସଂଶୋଧନ କରି କଳାପାଣି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନିଜର ଅଞ୍ଚଳ ବୋଲି ଦାବି କରିଥିଲେ। ଅନ୍ୟପଟେ ଓଲିଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଏନସିପି ଷ୍ଟାଣ୍ଡିଂ କମିଟି ବୈଠକ ସୋମବାର ହେବାକୁ ଥିବାବେଳେ ଏହାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନେପାଳସ୍ଥିତ ଚୀନ ରାଷ୍ଟ୍ରଦୂତ ହୌ ୟାନକି ରବିବାର ସନ୍ଧ୍ୟାରେ ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳଙ୍କୁ ସାକ୍ଷାତ କରି ଦଳୀୟ କନ୍ଦଳ ସମ୍ପର୍କରେ ଆଲୋଚନା କରିଥିଲେ। ଓଲିଙ୍କୁ ନେଇ ଶାସକ ଏନ୍‌ସିପିରେ କନ୍ଦଳ ଦେଖାଯାଇଛି। କନ୍ଦଳ ଏପରି ସ୍ତରରେ ପହଞ୍ଚି ଯେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଲାଗି ଯୋଜନା କରାଯାଇଛି। ଓଲି ଏବେ ଏନସିପିର ଅଧ୍ୟକ୍ଷ ରହିବା ସହିତ ପ୍ରଧାନମନ୍ତ୍ରୀ ଅଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories