www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ପାଇଁ ଥଣ୍ଡା ପଡ଼ିଛି ରିୟଲ୍ ଇଷ୍ଟେଟ୍ କାରବାର

-କେବଳ ରାଜଧାନୀରେ ନିବେଶ ହୋଇଛି ୩୫ ହଜାର କୋଟି
-ବ୍ୟାଙ୍କ ଇଏମ୍‌ଆଇ ୯୦% କମିଛି
-ମନଲୋଭା ଅଫର୍ ଦେବା ଆରମ୍ଭ କଲେ ଡେଭଲପର୍
-କେବଳ ଥିଲାବାଲା ଲୋକ ସମ୍ପତ୍ତି କିଣିବାକୁ ଆଗ୍ରହୀ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଔଷଧ ଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସବୁ​‌ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ରିୟଲ୍ ଇଷ୍ଟେଟ୍ ଏଥିଯୋଗୁଁ ବେଶ୍ ପ୍ରଭାବିତ ହୋଇଛି। ନୂଆ ଜାଗା କିମ୍ବା ଫ୍ଲାଟ୍‌ କିଣିବା ଯୋଜନାରେ ଥିବା ଲୋକ ଏବେ ଆଉ କିଛିଦିନ ଅଟକି ଯିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ ଯେଉଁମାନେ ସମ୍ପତ୍ତି କିଣିଛନ୍ତି ସେମାନେ ବ୍ୟାଙ୍କକୁ ଇଏମ୍‌ଆଇ ଦେଇ ପାରୁ ନାହାନ୍ତି। ତେବେ ଅନ୍‌ଲକ୍ ୨ରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଟିଏ ପରେ ଗୋଟିଏ ମନଲୋଭା ସ୍ମିମ୍ ଆଣୁଛନ୍ତି ରିୟଲ୍ ଇଷ୍ଟେଟ୍ ଡେଭଲପର୍ସମାନେ। ଫ୍ଲାଟ୍ କିଣିଲେ ଅନେକ ସୁବିଧା ମାଗଣାରେ ମିଳିବା ସହ ଭଲ ଡିସ୍‌କାଉଣ୍ଟ ଦିଆଯାଉଛି। କରୋନା ମହାମାରୀକୁ ନେଇ ସଚେତନତା ବାର୍ତ୍ତା ଦେଉଥିବା ଭିଡ଼ିଓ ତଥା ବିଜ୍ଞାପନ ମାଧ୍ୟମରେ ରିୟଲ୍ ଇଷ୍ଟେଟ୍ ସଂସ୍ଥା ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ପର୍ବ ପର୍ବାଣି ତଥା ଗୁରୁତ୍ବପୂର୍ଣ୍ଣ ଅବସରରେ ଆକର୍ଷଣୀୟ ବିଜ୍ଞାପନ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି।
ଜମି ଓ ରିୟଲ ଇଷ୍ଟେଟ୍ ବ୍ୟବସାୟରେ କୋଟି କୋଟି ଟଙ୍କାର କାରବାର। ରିୟଲ୍ ଇଷ୍ଟେଟ୍ ଡେଭଲପର୍ସ ତଥା ଘର ଓ ଜମି କିଣିବା ପାଇଁ ଋଣ ଦେଉଥିବା ବ୍ୟାଙ୍କ ଗୁଡ଼ିକ ବେଶ୍‌ ମୋଟା ଅଙ୍କର ରୋଜଗାର କରିଥାନ୍ତି। ଭୁବନେଶ୍ବର ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ପ୍ରବାସୀ ଓଡ଼ିଆଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଜମି ଓ ଘର କିଣିବା ପାଇଁ ଆଗେଇ ଆସିଲେ। ଏଥିରୁ ପୁଞ୍ଜିନିବେଶ ବେଶ୍ ଲାଭଦାୟକ ମଧ୍ୟ। ହେଲେ ଆଜି ପରିସ୍ଥିତି ବହୁୁତ ବଦଳି ଯାଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଘରୋଇ କ୍ଷେତ୍ରରେ ଚାକିରି ଯାଉଛି। ଯେଉଁଠି ଚାକିରି ଅଛି ସେଠି ଅଧା ଦରମାରେ କାମ ଚାଲିଛି। ଫଳରେ ଜମି ଓ ଫ୍ଲାଟ୍ ଚାହିଦାରେ ଏବେ ଏକପ୍ରକାର ନାହିଁ ବୋଲି କହିଲେ ଚଳେ। ପରିସ୍ଥିତି ଏମିତି ହେଉଛି କିଛି ବିଲ୍ଡର ସଂସ୍ଥା ଅନ୍ୟ ବ୍ୟବସାୟ ଆରମ୍ଭ କରିଦେଲେଣି। ତେବେ କିଛି ପ୍ରମୁଖ ବିଲ୍ଡର ସଂସ୍ଥା ମନଲୋଭା ଅଫର୍ ଦେବା ଆରମ୍ଭ କରିଛନ୍ତି। କମ୍ପାନୀ ମାଗଣରେ ଫ୍ଲାଟ୍‌ର ସବୁ ରୁମ୍‌ରେ ଏସି ଦେଉଛନ୍ତି। ସେହିପରି ପାର୍କିଂ ସ୍ଥଳ ମାଗଣା ସହିତ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ଭଳି ଅଫର୍ ଦିଆଯାଉଛି। ଏବେ ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୩୫ ହଜାର କୋଟି ଟଙ୍କାର ବାସଗୃହ ଓ ଜମି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେହିପରି ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ରିୟଲ୍ ଇଷ୍ଟେଟ୍ ପ୍ରକଳ୍ପରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ ହୋଇଛି।
ହାଉସିଂ ଲୋନ୍ ଦେଉଥିବା ବ୍ୟାଙ୍କର କର୍ମଚାରୀ କହିଛନ୍ତି ଫେବୃଆରୀ ମାସ ପର୍ଯ୍ୟନ୍ତ ଆମେ ପ୍ରତିମାସ ପ୍ରାୟ ୧ କୋଟି ଟଙ୍କାର ଇଏମ୍‌ଆଇ ପାଉଥିଲୁ। କିନ୍ତୁ ଏବେ ମାସକୁ ୧୦ ଲକ୍ଷ ଟଙ୍କା ବି ସଂଗ୍ରହ ହେଉ ନାହିଁ। ମାର୍ଚ୍ଚ ମାସରୁ ନୂଆ ଲୋନ୍ ମଞ୍ଜୁର କରିବା ବନ୍ଦ ରହିଛି। କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଦେବ ସୁନ୍ଦର ତ୍ରିପାଠୀ କହିଛନ୍ତି, ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ମାନ୍ଦାବସ୍ଥା କିଛି କମ୍ ନାହିଁ। ଗତ ତିନିମାସରୁ ଅଧିକ ସମୟ ହେଲା ସବୁ ବନ୍ଦ ଥିବାରୁ ବୁକିଂ ବନ୍ଦ ଥିଲା। ଏବେ ଅନ୍‌ଲକ୍‌ ଆରମ୍ଭ ହୋଇଥିବାରୁ ଭଲ ଆର୍ଥିକ ସ୍ଥିତିରେ ଥିବା ଲୋକ ସମ୍ପତ୍ତି କିଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରୁଛନ୍ତି। ଏହା ସତ ଯେ ଲୋକଙ୍କ ରୋଜଗାର କମିଥିବାରୁ ବୁକିଂ କମିଛି। ତେବେ ସମୟ ସହିତ ଏଥିରେ ସୁଧାର ଆସିବ। ଏବେ କିଛି ଡେଭଲପର୍ ଏକାଧିକ ଅଫର୍ ଦେଉଥିବା ବେଳେ ଆଗକୁ ମଧ୍ୟ ଭଲ୍ ଅଫର୍ ଆସିବା ସମ୍ଭାବନା ଅଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories