www.samajalive.in
Sunday, December 14, 2025
23.1 C
Bhubaneswar

ଏଲଏସିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ ସୈନ୍ୟଙ୍କୁ ପଛକୁ ହଟାଇବା ସହିତ ପୂର୍ବ ସ୍ଥିତିକୁ ଫେରିବାକୁ ଆଲୋଚନା ହେବା ପରେ ଚୀନ ପଛକୁ ହଟିଥିବା କୁହାଯାଉଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଦେଶର ସେନା ରିଲୋକେଶନ ଅର୍ଥାତ ପୂର୍ବରୁ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନକୁ ଫେରିଯିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ପରେ ଉଭୟ ଦେଶର ସୈନ୍ୟ ବର୍ତ୍ତମାନର ସ୍ଥାନରୁ ପଛକୁ ହଟିଛନ୍ତି। ପୁନର୍ବାର ଯେପରି କୌଣସି ହିଂସା ନ ଘଟିବ ସେଥିଲାଗି ଗଲୱାନ ଘାଟି ନିକଟରେ ଏବେ ବଫର ଜୋନ୍‌ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୫ ତାରିଖରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନର ପ୍ରାୟ ୩୫ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଥିଲା।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories