www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟର ୨୪ ଜିଲ୍ଲାରୁ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ, ଆଖି ବୁଜିଲେ ଆଉ ୨

ଭୁବନେଶ୍ବର : ରାଜ୍ୟରେ ୨୪ଟି ଜିଲ୍ଲାରୁ ଆଜି ନୂଆ ୪୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୫୨୬ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୦୯ ଏବଂ ସ୍ଥାନୀୟ ଅଂଚଳରୁ ୧୪୭ ସଂକ୍ରମିତ ଅଛନ୍ତି।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ରାଜ୍ୟରେ କରୋନାରେ ସଙ୍କ୍ରମିତଙ୍କ ମଧ୍ୟରୁ ୬୨୨୪ ସୁସ୍ଥ ହୋଇଥିବା ବେଳେ ୩୨୫୪ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ୪୫୬ ଜଣ କରୋନା ସଙ୍କ୍ରମିତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୫୭, ବରଗଡରୁ ୩୩, ନବରଙ୍ଗପୁରରୁ ୨୪, ଜଗତସିଂହପୁରରୁ ୨୩, ଖୋର୍ଦ୍ଧାରୁ ୨୧, ସୁନ୍ଦରଗଡ଼ରୁ ୨୦, ସମ୍ବଲପୁରରୁ ୧୫, ବାଲେଶ୍ଵରରୁ ୧୪, କଟକ ଓ ରାୟଗଡାରୁ ୧୩ ଜଣ ଲେଖାଏଁ, ଭଦ୍ରକରୁ ୧୨, କୋରାପୁଟରୁ ୧୦, ମୟୁରଭଞ୍ଜରୁ ୮, ବଲାଙ୍ଗୀରରୁ ୬, କେନ୍ଦ୍ରାପଡାରୁ ୫, ନୟାଗଡ଼ରୁ ୪, କନ୍ଧମାଳ ଓ ପୁରୀରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨, ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

- Advertisement -

ରାଜ୍ୟରେ ମଧ୍ୟ ଆଜି ଚିକିତ୍ସାଧୀନ ଅବସ୍ଥାରେ କରୋନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୭ ବର୍ଷୀୟ ଓ ଅନ୍ୟ ଜଣେ ଯାଜପୁରର ୬୪ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି। ଉଭୟ ମୃତକ କରୋନା ବ୍ୟତୀତ ହାଇପରଟେନସନ ଓ ମଧୁମେହ ରୋଗରେ ପୀଡିତ ଥିଲେ। ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଂଚିଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୯୭ ହଜାର ୨୩୪ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୯ ହଜାର ୫୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories