www.samajalive.in
Sunday, December 7, 2025
18.1 C
Bhubaneswar

ବିବାଦ ସତ୍ବେ ଭାରତରେ ବଢ଼ୁଛି ଚୀନ ନିର୍ମିତ ମୋବାଇଲ ଚାହିଦା

  • ଆନ୍ତର୍ଜାତିକ ସ୍ମାର୍ଟଫୋନ୍ ବଜାରରେ ଚୀନ୍ କମ୍ପାନୀର ଅଂଶ ୩୪%, ଆପଲ ୧୪%, ସାମସଙ୍ଗ ବଜାର ୨୦%
  • ଚୀନରେ ଓପୋ, ଭିଭୋ, ଶାଓମୀ ମୋବାଇଲ ଅବସ୍ଥା ଖରାପ, ଗୋଟିଏ ବର୍ଷରେ ତିନି କମ୍ପାନୀର ବଜାର ହ୍ରାସ
  • ଭାରତରେ ଚୀନ ମୋବାଇଲ୍ କମ୍ପାନୀର ସେୟାର ବୃଦ୍ଧି, ଗତବର୍ଷ ତୁଳନାରେ ଚଳିତ ବର୍ଷ  ୧୮% ବିକ୍ରି ବଢ଼ିଛି

ଲାଦାଖ ସୀମାରେ ଗଲୱାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ସୃଷ୍ଟି ଉତ୍ତେଜନା ଇତି ମଧ୍ୟରେ ୨ ମାସ ବିତିଛି । ଦୁଇ ଦେଶ ମଧ୍ୟରେ ହିଂସ୍ର ଗଣ୍ଡଗୋଳରେ ୨୦ ଭାରତୀୟ ସେନା ସହିଦ ହୋଇଛନ୍ତି । ଭାରତ ସରକାର ଜାତୀୟ ସୁରକ୍ଷା ଆଧାରରେ ଚୀନ ନିର୍ମିତ ୫୯ ମୋବାଇଲ ଆପକୁ ନିଷିଦ୍ଧ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଗତ ୨ ମାସ ହେଲା ଚୀନା ସାମଗ୍ରୀ ବୟକଟ କରିବା ନେଇ ଏକ ମିଶନ ଚାଲିଛି । ଏହି ସ୍ଥିତିରେ ଚୀନ୍ ସ୍ମାର୍ଟ ଫୋନ୍ କମ୍ପାନୀ ଉପରେ ନିଷେଧାଦେଶ ଲଗାଇବା ପାଇଁ ଦେଶରେ ଦାବି ବଢ଼ିବାରେ ଲାଗିଛି ।

ମାତ୍ର ବିଡ଼ମ୍ବନା ହେଉଛି ଭାରତରେ ଚୀନ୍ ମୋବାଇଲ ବିକ୍ରି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ସ୍ମାର୍ଟଫୋନ୍ ବଜାରରେ ଗବେଷଣା କରୁଥିବା ‘କାଉଣ୍ଟର ପଏଣ୍ଟ’ ରିପୋର୍ଟ ଅନୁସାରେ ଗତ ବର୍ଷ ଭାରତୀୟ ବଜାରରେ ଚୀନର ୪ ମୋବାଇଲ୍ କମ୍ପାନୀର ସେୟାର ୫୫% ଥିବାବେଳେ ଚଳିତ ବର୍ଷ ପ୍ରଥମ ତ୍ରୟମାସିକରେ ତାହା ବୃଦ୍ଧି ପାଇ ୭୩%ରେ ପହଞ୍ଚିଛି ।

- Advertisement -

ଏହି ୪ କମ୍ପାନୀ ହେଲା ଶାଓମୀ, ଓପୋ, ଭିଭୋ ଓ ରିଅଲମି । ଏହି ୪ କମ୍ପାନୀ ଅବଶ୍ୟ ଚୀନ ଦେଶର, ମାତ୍ର ଚୀନା ଲୋକମାନଙ୍କ ପାଇଁ ଏହି କମ୍ପାନୀର ମହତ୍ବ କମ୍ । ଚୀନ ନାଗରିକ ଏହି କମ୍ପାନୀର ସାମଗ୍ରୀ ତାଙ୍କ ଦେଶରେ କମ୍ କିଣନ୍ତି । ବିଶ୍ବ ବଜାରରେ ମଧ୍ୟ ଏହି କମ୍ପାନୀଗୁଡ଼ିକର କାଟତି ନାହିଁ । ମାତ୍ର ଭାରତରେ ଏହି ୪ କମ୍ପାନୀର ମୋବାଇଲ ଚାହିଦା କାହିଁରେ କଣ। ଏହାର ଅର୍ଥ ହେଉଛି ଚୀନ ନାଗରିକ ଯେଉଁ ସାମଗ୍ରୀ କିଣନ୍ତି ନାହିଁ, ସେହି ସାମଗ୍ରୀ ଭାରତୀୟ ବଜାରରେ ବିକ୍ରି ପାଇଁ ସେ ଦେଶର କମ୍ପାନୀଗୁଡ଼ିକ ପଠାଉଛନ୍ତି ।

ହୁୱୈ ଚୀନର ସବୁଠୁ ବଡ଼ କମ୍ପାନୀ

ଚୀନର ଏକ କମ୍ପାନୀ ହେଉଛି ହୁୱୈ । ଏହି ଗୋଟିଏ କମ୍ପାନୀର ସ୍ଥିତି ଚୀନରେ ବେଶ୍ ଭଲ । ଆନ୍ତର୍ଜାତିକ ବଜାରରେ ମଧ୍ୟ ହୁୱୈର ଚାହିଦା ଅଛି । ସାରା ବିଶ୍ବରେ ଏହି କମ୍ପାନୀ ଦ୍ବିତୀୟ ସ୍ଥାନରେ ରହିଛି । ମାତ୍ର ଶାଓମୀ, ଓପୋ, ଭିଭୋର ଅବସ୍ଥା ଚୀନରେ ଖରାପ ହେବାରେ ଲାଗିଛି । ରିଅଲମି ତ ଏଠାରେ ଅନ୍ୟ କମ୍ପାନୀ ଭାବରେ ଗଣ୍ୟ ହୁଏ । ଚୀନରେ ଶାଓମୀ, ଓପୋ, ଭିଭୋର ବଜାର ୨୦୧୯ରେ ୪୯% ଥିଲା, ମାତ୍ର ୨୦୨୦ରେ ତାହା ୪୩%କୁ ହ୍ରାସ ପାଇଛି ।

ଭାରତରେ ଚୀନ କମ୍ପାନୀର ସ୍ଥିତି 

ଚୀନା କମ୍ପାନୀର ସ୍ଥିତି ନିଜ ଦେଶ ଚୀନ ଓ ଆନ୍ତର୍ଜାତିକ ବଜାର ଅପେକ୍ଷା ଭାରତରେ ବେଶ ସୁଦୃଢ଼ । ଭାରତର ୭୩% ସ୍ମାର୍ଟଫୋନ୍ ବଜାର ଚୀନ କମ୍ପାନୀ ଦଖଲରେ । କେବଳ ଏକମାତ୍ର ଅଣ ଚୀନ କମ୍ପାନୀ ସାମସଙ୍ଗ ପ୍ରଥମ ୫ ସ୍ମାର୍ଟଫୋନ ତାଲିକାରେ ସ୍ଥାନ ପାଇଛି । ଗତବର୍ଷ ସାମସଙ୍ଗ ଭାରତରେ ୨ୟ ସ୍ଥାନରେ ଥିଲା, ଏବେ ତୃତୀୟ ସ୍ଥାନକୁ ଖସି ଆସିଛି ।

କେବଳ ସେତିକି ନୁହେଁ ଆମ ଦେଶ ଭାରତରେ ଚୀନ୍ ମୋବାଇଲ କମ୍ପାନୀ ସ୍ଥିତି ବଢ଼ିବାରେ ଲାଗିଛି । ୨୦୧୯ ପ୍ରଥମ ତିନିମାସରେ ଶାଓମୀ, ଭିଭୋ, ଓପୋ, ରିଅଲମି ଆଦି ମୋବାଇଲ ବଜାରର ୫୫% ଦଖଲ କରିଥିଲା । ୨୦୨୦ର ପ୍ରଥମ ୩ ମାସରେ ଏହା ୭୩%କୁ ବୃଦ୍ଧି ପାଇଛି । ଏହାର ଅର୍ଥ ଚୀନ ମୋବାଇଲ ବଜାର ଭାରତରେ ୧୮% ବୃଦ୍ଧି ଘଟିଛି ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories