www.samajalive.in
Sunday, December 14, 2025
15.1 C
Bhubaneswar

୨୨ ହଜାର ଟପିଲା ଦୈନିକ ସଂକ୍ରମଣ, ତାମିଲନାଡୁରେ ୧ ଲକ୍ଷ ଡେଇଁଲା କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ତାମିଲନାଡୁରେ ୧ ଲକ୍ଷ ଡେଇଁଛି କରୋନା। ଏଠାରେ ଶନିବାର ସୁଦ୍ଧା ୧ ଲକ୍ଷ ୨ ହଜାର ୭୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫କୁ ବୃଦ୍ଧି ପାଇଥିବାବେଳେ ୧୮ ହଜାର ୬୫୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ ୨ ଲକ୍ଷ ୩୫ ହଜାର ୪୩୩ ରୋଗୀ ସକ୍ରିୟ ଥିବାବେଳେ ୩ ଲକ୍ଷ ୯୪ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୯୨ ହଜାର ୯୯୦ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୬କୁ ବଢ଼ିଛି। ଦିଲ୍ଲୀରେ ୯୪ ହଜାର ୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୯୨୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨ ହଜାର ୭୨୧ କରୋନା ସଂକ୍ରମିତ ଏବଂ ୧୩୮୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୪ ହଜାର ୬୮୬କୁ ବୃଦ୍ଧି, ୧୯୦୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୫ ହଜାର ୭୯୭ ସଂକ୍ରମିତ ଓ ୭୪୯ ମୃତ, ପଶ୍ଚିମବଙ୍ଗରେ ୨୦ ହଜାର ୪୮୮ ଆକ୍ରାନ୍ତ ଓ ୭୧୭ ମୃତ, ହରିୟାଣାରେ ୧୬ ହଜାର ୩ ଆକ୍ରାନ୍ତ ଏବଂ ୨୫୫ ମୃତ, ଆନ୍ଧ୍ରପ୍ରଦେଶରେ ୧୬ ହଜାର ୯୩୪ ଆକ୍ରାନ୍ତ ଏବଂ ୨୦୬ ମୃତ, ତେଲେଙ୍ଗାନାରେ ୨୦ ହଜାର ୪୬୨ ସଂକ୍ରମିତ ଓ ୨୮୩ ମୃତ, କର୍ଣ୍ଣାଟକରେ ୧୯ ହଜାର ୭୧୦ ଆକ୍ରାନ୍ତ ଓ ୨୯୩ ମୃତ, ରାଜସ୍ଥାନରେ ୧୯ ହଜାର ୫୨ ଆକ୍ରାନ୍ତ ଓ ୪୪୦ ମୃତ, ଜାମ୍ମୁ-କାଶ୍ମୀରରେ ୮୦୧୯ ସଂକ୍ରମିତ ଓ ୧୧୯ ମୃତ, ମଧ୍ୟପ୍ରଦେଶରେ ୧୪ ହଜାର ୨୯୭ ସଂକ୍ରମିତ ଓ ୫୯୩ ମୃତ, ବିହାରରେ ୧୧ ହଜାର ୧୧୧ ଆକ୍ରାନ୍ତ ଓ ୮୪ ମୃତ, ଆସାମରେ ୯୮୦୦ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories