www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ଦିନ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ବାରଟି ଶନିଦେବଙ୍କୁ ସମର୍ପିତ। ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମ ଅନୁଯାୟୀ ହିଁ ପ୍ରଭୁ ଶନିଦେବ ଫଳ ପ୍ରଦାନ କରିଥାଆନ୍ତି। ଶନିଙ୍କ କୁପ୍ରଭାବ ପଡ଼ିଲେ ଜୀବନରେ ବହୁ ବାଧାବିଘ୍ନ ଓ ସମସ୍ୟା ଆସିଥାଏ। ଏହିଦିନ ଆମକୁ ଏପରି କେତେକ କାର୍ୟ୍ୟ ଅଛି ଯାହାକୁ କରିବା ଦ୍ୱାରା ଶନିଙ୍କ କୋପ ପଡ଼ିଥାଏ। ଶନିବାର ଦିନ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ……..
ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷର ପୂଜା କରନ୍ତୁ। ଜଳ ଅର୍ପଣ କରନ୍ତୁ। ଦୀପ ଲଗାନ୍ତୁ ଓ ସାତ ଥର ପରିକ୍ରମା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ।
ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ପ୍ରଭୁ ଶନିଦେବ ପ୍ରସନ୍ନ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଜାଣିଶୁଣି କାହାର ଅଯଥାରେ ଅପମାନ କରନ୍ତୁ ନାହିଁ। ଶନିବାର ଦିନ ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅସହାୟଙ୍କ ଅପମାନ ଆଦୌ କରନ୍ତୁ ନାହିଁ।
ଶନିବାର ଦିନ ତେଲର ଦାନ ନିଶ୍ଚୟ କରନ୍ତୁ। ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁଙ୍କୁ ତେଲ ଅର୍ପଣ କଲେ ଶନିଦୋଷରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହି ଦିନ ଘରକୁ ଲୁହା କିମ୍ବା ଲୁହାରେ ପ୍ରସ୍ତୁତ ବସ୍ତୁ କିଣି ଆଣନ୍ତୁ ନାହିଁ। ମାତ୍ର ଲୁହାର ଦ୍ରବ୍ୟ ଦାନ କରିବା ଖୁବ ଶୁଭ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories