www.samajalive.in
Saturday, December 6, 2025
23.1 C
Bhubaneswar

ହଂକଂ ମାମଲାରେ ଆମେରିକାର ହସ୍ତକ୍ଷେପ; ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଣିଲା ବିଧେୟକ

ୱାଶିଂଟନ: ହଂକଂରେ ଚୀନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବା ପରେ ଆମେରିକା ଏଥିରେ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ଲାଗୁ କରିଥିବା ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଯୋଜନା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକା ସଂସଦରେ ଏ ସମ୍ପର୍କିତ ଏକ ବିଧେୟକ ପାରିତ ହୋଇଛି। ଚୀନ ହଂକଂରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସାମିଲ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିବାଦୀୟ ଆଇନ ଲାଗୁ କରିଛି। ହଂକଂ ଭଳି ଅର୍ଦ୍ଧସ୍ବୟଂଶାସିତ ଅଞ୍ଚଳରେ ବିରୋଧର ସ୍ବରକୁ ଦବାଇବା ପାଇଁ ଏହି ଆଇନ ଲାଗୁ କରାଯାଇଥିବା ଲୋକେ ଆଶଙ୍କା କରୁଛନ୍ତି।

ଆମେରିକାର ଏହି ବିଧେୟକ ଅଧୀନରେ ହଂକଂରେ ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ପୁଲିସ ଅଧିକାରୀଙ୍କ ସମେତ ସମସ୍ତ ଗୋଷ୍ଠୀ, ଯେଉଁମାନେ ହଂକଂର ସ୍ବାୟତ୍ତତା ଏବଂ ସେଠାକାର ଲୋକଙ୍କ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରିବେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ସହିତ ଏହି ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନକୁ ଲାଗୁ କରିଥିବା ଚୀନର କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ଉପରେ ବି ପ୍ରତିବନ୍ଧକ ଲାଗିବ। ବିଧେୟକ ଆଇନରେ ପରିଣତ ହେବା ପରେ ଏହାକୁ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକ ସହିତ ଯେଉଁ ବ୍ୟାଙ୍କଗୁଡ଼ିକ କାରବାର କରିବେ ସେଗୁଡ଼ିକ ଉପରେ ବି ପ୍ରତିବନ୍ଧକ ଲାଗୁ କରାଯିବାର ବ୍ୟବସ୍ଥା ରହିଛି।

- Advertisement -

ଆମେରିକା ସିନେଟରେ ଗୁରୁବାର ଏହି ବିଧେୟକକୁ ଅନ୍ତିମ ମଞ୍ଜୁରୀ ପ୍ରଦାନ କରାଯାଇଛି। ବର୍ତ୍ତମାନ ବିଧେୟକକୁ ହ୍ବାଇଟ୍‌ହାଉସକୁ ପଠାଯିବ। ତେବେ ଏହି ବିଧେୟକକୁ ନେଇ ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ବିଦେଶୀ ଶକ୍ତିର କୌଣସି ଚାପ ଚୀନର ସଙ୍କଳ୍ପ ଏବଂ ରାଷ୍ଟ୍ରୀୟ ସର୍ବଭୌମତ୍ଵ ତଥା ହଂକଂର ସମୃଦ୍ଧି ଏବଂ ସ୍ଥିରତାର ରକ୍ଷା କରିବାର ଇଚ୍ଛା ଶକ୍ତିକୁ ଦୋହଲାଇ ପାରିବ ନାହିଁ। ଏହା ସହିତ ଆମେରିକା ଅନ୍ତର୍ଜାତୀୟ ନିୟମ ପାଳନ କରିବା, ହଂକଂ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଏବଂ ପ୍ରତିବନ୍ଧକ ସମ୍ପର୍କିତ ବିଧେୟକରେ ହସ୍ତାକ୍ଷର ନ କରିବାକୁ ଅନୁରୋଧ କରିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories