www.samajalive.in
Saturday, December 6, 2025
17.1 C
Bhubaneswar

ଆରମ୍ଭ ହେବ ଶ୍ରାବଣ ମାସ : ଏପରି କରନ୍ତୁ ପ୍ରଭୁ ମହେଶ୍ୱରଙ୍କ ପୂଜାର୍ଚ୍ଚନା

ଜୁଲାଇ ୬ରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଏହି ମାସରେ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଭୋଳାଶଙ୍କରଙ୍କୁ ଜଳ, ବେଲ ପତ୍ର, ଦୁଦୁରା ଫୁଲ ଖୁବ ପ୍ରିୟ। ମାତ୍ର ଆପଣ ନିଜ ରାଶି ଅନୁଯାୟୀ ମଧ୍ୟ ଏହି ମାସରେ ପ୍ରଭୁଙ୍କୁ ପୂଜା କରି ପାରିବେ। ଜାଣନ୍ତୁ ଏହା ବିଷୟରେ…..
ମେଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଦହିରେ ପ୍ରଭୁ ମହେଶ୍ୱରଙ୍କୁ ଅଭିଷେକ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଜଳ ଓ କଞ୍ଚା କ୍ଷୀରରେ ପ୍ରଭୁଙ୍କୁ ଅଭିଷେକ କରାନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତିମାନେ ଶିବ-ପାର୍ବତୀଙ୍କୁ କନିଅର ଫୁଲ ଅର୍ପଣ କରିବା ସହ ପିସ୍ତା ଓ ମହୁ ଭୋଗ କରନ୍ତୁ। ୬ଟିକିଆ ବେଲ ପତ୍ର ମଧ୍ୟ ଅର୍ପଣ କରନ୍ତୁ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତିମାନେ ପ୍ରଭୁଙ୍କୁ କଞ୍ଚା କ୍ଷୀର, ଧଳା ଫୁଲ, ଦହି ଆଦି ଅର୍ପଣ କରନ୍ତୁ। ଖୁଆରେ ପ୍ରସ୍ତୁତ ମିଠା ଭୋଗ କରନ୍ତୁ।
ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନେ ଥଣ୍ଡା ଜଳରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ ମଧ୍ୟ କରନ୍ତୁ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତିମାନେ ମୁଗ ଡ଼ାଲିରେ ପ୍ରସ୍ତୁତ ମିଠାକୁ ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ। ବେଲ ପତ୍ର ଓ ଫଳ ଅର୍ପଣ କରନ୍ତୁ।
ତୁଳା ରାଶି – ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ଅଷ୍ଟମୀ ଓ ଏକାଦଶୀରେ ଶିବଲିଙ୍ଗ ଉପରେ ଧଳା ବସ୍ତ୍ର ଅର୍ପଣ କରନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଅସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତିମାନେ ଗୁରୁବାର ଦିନ ବେସନରେ ପ୍ରସ୍ତୁତ ମିଠା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ। ହଳଦିଆ ବସ୍ତ୍ର ନିଜ ମାତାଙ୍କୁ ଅର୍ପଣ କରନ୍ତୁ।
ମକର ରାଶି – ଏହି ରାଶିର ବ୍ୟକ୍ତିମାନେ ଶିବଲିଙ୍ଗଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିବା ସହ ପ୍ରଭୁଙ୍କ ନିକଟରେ ଦୀପ ଲଗାନ୍ତୁ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତିମାନେ ଅସହାୟ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ଉଚିତ। ଏପରି କରିବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ।
ମୀନ ରାଶି – ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସରେ ଯେକୌଣସି ଜ୍ୟୋର୍ତିଲିଙ୍ଗଙ୍କୁ ଦର୍ଶନ କରନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories